
ମେଲବର୍ଣ୍ଣ: କ୍ରିକେଟ୍ ପଡ଼ିଆରେ ପୁଣିଥରେ ଏକ ଅଘଟଣ ଘଟିଛି। ଶ୍ରୀଲାଙ୍କାର ଓପନ୍ର ଦିମୁଥ କରୁଣାରତ୍ନେଙ୍କ ମୁଣ୍ଡରେ ଏକ ଦ୍ରୁତ ବଲ୍ ମାଡ଼ ହେବାରୁ ତାଙ୍କୁ ଷ୍ଟ୍ରେଚରରେ ପଡ଼ିଆ ବାହାରକୁ ନିଆଯାଇଛି। ଏବେ ସେ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଏଭଳି ଘଟଣା ଘଟିଛି। କରୁଣାରତ୍ନେ ବ୍ୟାଟିଂ କରୁଥିବା ବେଳେ ପ୍ୟାଟ୍ କମିନ୍ସ ବୋଲିଂ କରୁଥିଲେ। ଏହି ସମୟରେ କମିନ୍ସଙ୍କ ଏକ ବାଉନ୍ସର ସିଧା କରୁଣାରତ୍ନେଙ୍କ ମୁଣ୍ଡରେ ମାଡ଼ ହୋଇଥିଲା।
ଏହି ଆଘାତ ପରେ ସେ ସିଧା ତଳେ ପଡ଼ି ଯାଇଥିଲେ। ଏହି ସମୟରେ କରୁଣାରତ୍ନେ ୮୫ଟି ବଲ୍ରେ ୪୬ ରନ୍ କରିଥିଲେ। କମିନ୍ସଙ୍କ ବଲ୍ ବାଉନ୍ସ କରିବାରୁ ସେ ଏହାକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଏହା ତାଙ୍କ ମୁଣ୍ଡରେ ମାଡ଼ ହୋଇଥିଲା।
ଘଟଣାରେ ପରେ ଶ୍ରୀଲଙ୍କା ଦଳର ଫିଜିଓ ସେଠାରେ ପହଞ୍ଚିଥିଲେ। ତେବେ କରୁଣାରତ୍ନେ ଅଚେତ ହୋଇଯିବାରୁ ତାଙ୍କୁ ଷ୍ଟ୍ରେଚର ଜରିଆରେ ପଡ଼ିଆ ବାହାରକୁ ନିଆଯାଇଥିଲା। ଏବେ ତାଙ୍କ ଅବସ୍ଥା ବିପଦମୁକ୍ତ ଥିବା ଟିମ୍ର କୋଚ କହିଛନ୍ତି।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ୫ ୱିକେଟ୍ ହରାଇ ୫୩୪ ରନ୍ କରିବା ପରେ ପାଳି ଘୋଷଣା କରିଛି। ଏହାର ଜବାବରେ ଶ୍ରୀଲଙ୍କା ୩୦.୪ ଓଭର୍ରେ ବିନା ୱିକେଟ୍ରେ ୮୨ ରନ୍ କରିଥିବା ବେଳେ ଏହି ଘଟଣା ଘଟିଛି।
from Odisha Reporter http://bit.ly/2RD2Z0k
No comments:
Post a Comment