ଦୁଷ୍କର୍ମ କଲା ସମ୍ପର୍କୀୟ ମଉସା, ଝିଆରୀ ୬ ମାସର ଗର୍ଭବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 2, 2019

ଦୁଷ୍କର୍ମ କଲା ସମ୍ପର୍କୀୟ ମଉସା, ଝିଆରୀ ୬ ମାସର ଗର୍ଭବତୀ

ମୋହନା (ମିହିର ଜତି): କନ୍ଧମାଳ ଜିଲ୍ଲାରେ ଏକ ହଷ୍ଟେଲ୍‌ରେ ଜଣେ ଛାତ୍ରୀ ପ୍ରସବ କରିବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ନିଆଁ ଜଳିଥିଲା। ଶେଷରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏପରି ହୃଦୟବିଦାରକ ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଜଣେ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଛାତ୍ରୀଙ୍କୁ ତାଙ୍କ ମଉସାଙ୍କ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମେଡିକାଲ୍‌ ଚେକ୍‌ଅପ୍‌ ପରେ ନାବାଳିକା ଜଣକ ୬ ମାସର ଗର୍ଭବତୀ ବୋଲି ଜଣାପଡ଼ିଛି।

ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୧୫ ବର୍ଷୀୟା ରେଖା (ଛଦ୍ମନାମ) ଝାରସୁଗୁଡ଼ା ଜିଲ୍ଲାରେ ଏକ ହଷ୍ଟେଲ୍‌ରେ ରହି ସ୍କୁଲରେ ପାଠ ପଢ଼ନ୍ତି। ୨୦୧୮ ମସିହା ମେ’ ମାସରେ ଘରକୁ ଛୁଟି କଟାଇବା ପାଇଁ ଆସିଥିଲେ। ଏହି ସମୟରେ ସେ ତାଙ୍କ ମଉସାଙ୍କ ଘରକୁ ବୁଲିବାକୁ ଯାଇଥିଲେ। ସେଠାରେ ମଉସାଙ୍କ ଭାଇ ତାଙ୍କୁ ଦୁଷ୍କର୍ମ କରିଥିବା କୁହାଯାଉଛି।

ନାବାଳିକା ଜଣକ ପରେ ଘରକୁ ଫେରି ଆସିଥିଲେ। ମାତ୍ର ଲୋକଲଜ୍ଜା ଭୟରେ କାହାକୁ କିଛି କହିନଥିଲେ। ସ୍କୁଲ ଖୋଲିଲା ପରେ ସେ ଝାରସୁଗୁଡ଼ା ଚାଲି ଯାଇଥିଲେ। ହଷ୍ଟେଲ୍‌ରେ ରହଣି ସମୟରେ ରେଖାଙ୍କୁ ବାନ୍ତି ହୋଇଥିଲା। ଏପରିକି ସ୍ୱାସ୍ଥ୍ୟ ମଧ୍ୟ ଠିକ୍‌ ରହିନଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ରେଖା। ପରେ ଅର୍ଥାତ ଗତ ଡିସେମ୍ୱରରେ ସେ ଘରକୁ ଫେରିଆସି ଥିଲେ। ରେଖାଙ୍କ ବାପାଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ତାଙ୍କୁ ନେଇ ମେଡିକାଲ୍‌ରେ ଦେଖାଇପାରୁ ନଥିଲେ।

ଆଜି ପଇସା ଯୋଗାଡ଼ କରି ମୋହନା ମେଡ଼ିକାଲ୍‌ରେ ରେଖାଙ୍କୁ ଭର୍ତ୍ତି କରିଥିଲେ। ଡାକ୍ତର ରେଖାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ ୬ ମାସର ଗର୍ଭବତୀ ଥିବା କହିଥିଲେ। ଏକଥା ଶୁଣିବା ପରେ ରେଖାଙ୍କ ପରିବାର ଲୋକଙ୍କ ହୋସ୍ ଉଡ଼ି ଯାଇଥିଲା। ପଚରା ଉଚରା କରିବାରୁ ମଉସାଙ୍କ ଭାଇ ତାଙ୍କୁ ଦୁଷ୍କର୍ମ କରିଥିବା ରେଖା କହିଥିଲେ। ପରେ ଏନେଇ ରେଖାଙ୍କ ବାପା ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter http://bit.ly/2MQ42t2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages