ଉଭୟ ଭାରତ ଏବଂ ପାକିସ୍ତାନକୁ ସଂଯମ ରକ୍ଷା ପାଇଁ ଚୀନ୍‌ର ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଉଭୟ ଭାରତ ଏବଂ ପାକିସ୍ତାନକୁ ସଂଯମ ରକ୍ଷା ପାଇଁ ଚୀନ୍‌ର ଆହ୍ୱାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଏଲ୍‌ଓସି ଅତିକ୍ରମ କରି ପାକିସ୍ତାନର ବାଲାକୋଟ୍‌ଠାରେ ପୁଲ୍‌ୱାମାର ବଦ୍‌ଲା ନେବାପରେ ପ୍ରଥମ କରି ପ୍ରତିକ୍ରିୟା ରଖିଛି ପାକିସ୍ତାନକୁ ଅହେତୁକ ସମର୍ଥନ ଜଣାଇ ଆସୁଥିବା ଚୀନ୍। ଚୀନ୍‌ ଉଭୟ ଭାରତ ଏବଂ ପାକିସ୍ତାନକୁ ଆହ୍ୱାନ ଜଣାଇଛି ଉଭୟ ପଡ଼ୋଶୀ ରାଷ୍ଟ୍ର ସଂଯମ ଅବଲମ୍ବନ କରନ୍ତୁ।

ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୁ କାଙ୍ଗ କହିଛନ୍ତି, ଆମେ ଆଶା କରୁଛୁ ଉଭୟ ରାଷ୍ଟ୍ର ସଂଯମ ରହି ସେଭଳି କିଛି ପଦକ୍ଷେପ ନେବେ ଯାହା ଦ୍ୱାରା ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିବ।

ଭାରତ ଜୈଶ-ଇ-ମହମ୍ମଦର ସବୁଠାରୁ ବଡ଼ କ୍ୟାମ୍ପ ଉପରେ ଆକ୍ରମଣରେ ବୃହତ୍‌ ସଂଖ୍ୟାରେ ଆତଙ୍କବାଦୀ ନିହତ ହୋଇଥିବା ବୈଦେଶିକ ସଚିବ ବିଜୟକୃଷ୍ଣ ଗୋଖଲେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ସଂଖ୍ୟା ୩୦୦ରୁ ଊର୍ଦ୍ଧ୍ୱ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।



from Odisha Reporter https://ift.tt/2VmUZCz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages