
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ପରିସ୍ରା ଗନ୍ଧ ଏକ ସାଧାରଣ କଥା। କିନ୍ତୁ ଯଦି ଏହି ଗନ୍ଧ ଅନ୍ୟ ଦିନ ତୁଳନାରେ ଅଲଗା ଅଲଗା ପରିବର୍ତ୍ତନ ହୋଇଥାଏ, ତେବେ ସତର୍କ ରୁହନ୍ତୁ। ଯେବେ ଆପଣଙ୍କ ପରିସ୍ରାରେ ଅଲଗା ପ୍ରକାର ଗନ୍ଧ ଆସିଥାଏ, ଏହା ଆପଣଙ୍କୁ କୌଣସି ରୋଗର ସୂଚନା ଦେଇଥାଏ।
ଆଜ୍ଞା ହଁ, ଅନେକ ରୋଗର କାରଣ ପରିସ୍ରାର ଲକ୍ଷଣ ଓ ଗନ୍ଧରୁ ହିଁ ଜଣାପଡ଼ିଥାଏ। ତେବେ ନିଜକୁ ସୁସ୍ଥ ରଖିବା ପାଇଁ ଏହି ସବୁ ରୋଗ ବିଷୟରେ ଜାଣିବା ନିହାତି ଆବଶ୍ୟକ।
ଆସନ୍ତୁ ଜାଣିବା ପରିସ୍ରା ଗନ୍ଧ ହେବାର କାରଣ କ’ଣ ରହିଛି ଏବଂ ଏହା କେଉଁ ସ୍ୱାସ୍ଥ୍ୟ ସମସ୍ୟାର ସଙ୍କେତ ଦେଇଥାଏ।
ପଥର ବା ଷ୍ଟୋନ୍
ଯଦି ଆପଣଙ୍କ ଶରୀରରେ ପଥର ବା ଷ୍ଟୋନ୍ ସମସ୍ୟା ରହିଛି, ତେବେ ଆପଣଙ୍କ ପରିସ୍ରା ଆମୋନିଆ ପରି ଗନ୍ଧ ହୋଇଥାଏ। ୟୁରିନାରୀ ଟ୍ରାକ୍ ଓ କିଡ୍ନୀରେ ପଥର ହେବା କାରଣରୁ ପରିସ୍ରା ଗନ୍ଧ ହେବା ଆରମ୍ଭ ହୋଇଥାଏ। ତେବେ ଏହି ଲକ୍ଷଣ ପୁରୁଷଙ୍କଠାରେ ଅଧିକ ଦେଖା ଯାଇଥାଏ।
କିଡ୍ନୀ ରୋଗ
ଆପଣଙ୍କର କିଡ୍ନୀ ସମ୍ୱନ୍ଧୀୟ ସମସ୍ୟା ଥିଲେ ମଧ୍ୟ ପରିସ୍ରା ଗନ୍ଧ ହୋଇଥାଏ। ସାଧାରଣ ଭାବେ କିଡ୍ନୀ ୟୁରିଆକୁ ଭାଙ୍ଗିଥାଏ କିନ୍ତୁ ଏହି ପ୍ରକ୍ରିୟା ବାଧା ପାଇଲେ ଶରୀରରେ ଆମୋନିଆ ସୃଷ୍ଟି ହେବା ଆରମ୍ଭ ହୋଇଥାଏ। କିଡ୍ନୀ ଅସୁସ୍ଥ ରହିବା ଯୋଗୁ ମଧ୍ୟ ପରିସ୍ରାରୁ ଆମୋନିଆ ଗନ୍ଧ ଆସିଥାଏ।
ଟାଇପ୍-୨ ଡାଇବେଟିସ୍
ଡାଇବେଟିସ୍ କାରଣରୁ ଆପଣଙ୍କ ଶରୀରରେ ଗ୍ଲୁକୋଜ୍ର ସ୍ତର ବଢ଼ିଥାଏ। ଏହି କାରଣରୁ ପରିସ୍ରାରୁ ଗନ୍ଧ ଆସିଥାଏ। ଯଦି ଆପଣଙ୍କ ପରିସ୍ରା ଅଧିକ ଗନ୍ଧ ହେଉଥାଏ, ତେବେ ଏହା ଟାଇପ୍-୨ ଡାଇବେଟିସ୍ର ଲକ୍ଷଣ ହୋଇପାରେ।
ଡିହାଇଡ୍ରେସନ୍
ଡିହାଇଡ୍ରେସନ୍ରେ ଶରୀରରେ ପାଣି କମ୍ ହୋଇ ଯାଇଥାଏ। ଏହି ପାଣି କମ୍ ହେବା ଯୋଗୁ ଶରୀରରେ ଥିବା ଟକ୍ସିକ୍ ଏକାଠି ହେବାରୁ ପରିସ୍ରା ଗନ୍ଧ ହୋଇଥାଏ।
from Odisha Reporter http://bit.ly/2TL6hjQ
No comments:
Post a Comment