
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ନିର୍ବାଚନ ଥିବା ବେଳେ ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସୁନୀଲ ରାଏଙ୍କୁ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି କରାଯାଇଛି। ବିନୟାନନ୍ଦ ଝାଙ୍କୁ OHRC ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ସିଦ୍ଧାର୍ଥ ନରଭଣେ ହୋଇଛନ୍ତି HRPC ଏଡିଜି।
ମହେନ୍ଦ୍ର ପ୍ରତାପଙ୍କୁ ଜେଲ ବିଭାଗ ଏଡିଜି ଦାୟିତ୍ୱ ମିଳିଥିବା ବେଳେ ସଂଜୀବ ପଣ୍ଡା ହୋଇଛନ୍ତି ଆଇନ ଶୃଙ୍ଖଳା ବିଭାଗର ଏଡିଜି। ଅମିତାଭ ଠାକୁରଙ୍କୁ ଏସ୍ଏପିର ଆଇଜି ଭାବେ ନିଯୁକ୍ତି ଦିଆଯାଇଛି।
ଏସ୍. ସାଇନିଙ୍କୁ ବିଜୁ ପଟ୍ଟନାୟକ ଏକାଡେମୀର ଆଇଜି ଭାବେ ନୂଆ ନିଯୁକ୍ତି ମିଳିଥିବା ବେଳେ ହିମାଂଶୁ ଲାଲଙ୍କୁ କୋରାପୁଟ ରେଞ୍ଜ ଡିଆଇଜି କରାଯାଇଛି। ଯତୀନ୍ଦ୍ର କୋୟଲଙ୍କୁ ବ୍ରହ୍ମପୁର ରେଞ୍ଜ ଦାୟିତ୍ୱ ମିଳିଛି।
ଆଶିଷ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଇନଚାର୍ଜ ଦାୟିତ୍ୱ ଦିଆଯାଇଛି।
ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀଙ୍କୁ ରାଉରକେଲା ବଦଳି କରାଯାଇଛି। ଉମାଶଙ୍କର ଦାଶଙ୍କୁ ପୁରୀ ଏସ୍ପି ଭାବେ ନିଯୁକ୍ତ କରାଯାଇଛି।
ସାରା ଶର୍ମାଙ୍କୁ ଗଜପତି ଏସ୍ପି ଭାବେ ବଦଳି କରାଯାଇଥିବା ବେଳେ ଏସ୍ପି ଅନୁପମା ଜେମ୍ସଙ୍କୁ ଢେଙ୍କାନାଳ ଏସ୍ପି କରାଯାଇଛି। ରାହୁଲ ପି.ଆର୍ଙ୍କୁ କ୍ରାଇମବ୍ରାଞ୍ଚ ଏସ୍ପି କରାଯାଇଥିବା ବେଳେ ବିବେକାନନ୍ଦ ଶର୍ମାଙ୍କୁ ପୁଲିସ୍ ମୁଖ୍ୟାଳୟରେ ଏଆଇଜି ଭାବେ ଅବସ୍ଥାପିତ କରାଯାଇଛି।
ପଦ୍ମିନୀ ସାହୁଙ୍କୁ ଡିସିପି ହେଡକ୍ୱାର୍ଟର୍ସ ଦାୟିତ୍ୱ ମିଳିଥିବା ବେଳେ ରାହୁଲ ଜୈନଙ୍କୁ ଦେବଗଡ଼ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି।
ଶର୍ଭଣା ବିବେକ ରାୟଗଡ଼ା ଏସ୍ପି ଭାବେ ନିଯୁକ୍ତି ପାଇଥିବା ବେଳେ କୁଶାଲକର ନୀତିନ ଡୁଗଡୁଙ୍କୁ ନବରଙ୍ଗପୁର ଏସ୍ପି ହୋଇଛନ୍ତି।
ପ୍ରତ୍ୟୁଷ ଦିବାକରଙ୍କୁ ଗର୍ଭଣ୍ଣରଙ୍କ ଏଡିସି ଦାୟିତ୍ୱ ମିଳିଥିବା ବେଳେ ମାଧବଚନ୍ଦ୍ର ସାହୁ ଏଆଇଜି ପର୍ସୋନେଲ ଦାୟିତ୍ୱ ପାଇଛନ୍ତି।
ଅମୂଲ୍ୟ କୁମାର ଦାସଙ୍କୁ ଖୋର୍ଦ୍ଧା ଏସ୍ପି କରାଯାଇଥିବା ବେଳେ ଦୀପ୍ତିରଂଜନ ରାୟ କ୍ରାଇମବ୍ରାଞ୍ଚ ଏସ୍ପି ଭାବେ ନୂଆ ଦାୟିତ୍ୱ ପାଇଛନ୍ତି।
from Odisha Reporter http://bit.ly/2BxcngG
No comments:
Post a Comment