ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ୍‌!

ନୂଆଦିଲ୍ଲୀ: ପୁଲୱାମା ଆତଙ୍କୀ ହମ୍‌ଲା ପଛରେ ପାକିସ୍ତାନରେ ସକ୍ରିୟ ଜୈଶ ଇ-ମହମ୍ମଦର ହାତ ରହିଥିବା ସ୍ପଷ୍ଟ ହୋଇଛି। ଏହି ହମ୍‌ଲାରେ ବର୍ତ୍ତମାନ ସୁଦ୍ଧା ୪୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।

ସାରା ଦେଶକୁ ଏହି ବଡ଼ଧରଣର ଆତଙ୍କବାଦୀ ହମ୍‌ଲା ଦୋହଲାଇ ଦେବା ସହ ଉରି ସେନା କ୍ୟାମ୍ପ ହମ୍‌ଲା କଥାକୁ ମନେ ପକାଇ ଦେଇଛି। ଉରି ସେନା କ୍ୟାମ୍ପ ହମ୍‌ଲାରେ ୧୯ ଜଣ ଯବାନ ସହିଦ ହୋଇଥିଲେ। ଏହାର ପ୍ରତିଶୋଧ ପାଇଁ ଭାରତୀୟ ସେନା ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲେ। ଏବେ ପୁଣିଥରେ ସେନେ ସମାନ ନୀତି ଆପଣାଇବାର ସଙ୍କେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି।

ସେ ଏହି ଆକ୍ରମଣକୁ ଘୃଣ୍ୟ କହିବା ସହ ନିନ୍ଦା କରିଛନ୍ତି। ଏଥିସହ ସେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସେହିପରି ପୁଲୱାମା ହମ୍‌ଲା ପରେ ଶ୍ରୀ ମୋଦି ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଏହି ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ମୋଦି ଦେଶବାସୀଙ୍କୁ କହିଛନ୍ତି।

ଉରି ସେନା କ୍ୟାମ୍ପ ହମ୍‌ଲା ପରେ ଅନୁରୂପ ଭାବେ ମୋଦି ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କ ସହ କଥା ହୋଇଥିଲେ। ଏହାପରେ ବେଶ ଗୋପନୀୟତାର ସହ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା। ଏବେ ମଧ୍ୟ ମୋଦି ଦୃଢ଼ ଜବାବ ଦିଆଯିବ ବୋଲି କହିଥିବାରୁ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ଆସନ୍ତାକାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି। ସେ କାଲି କଶ୍ମୀର ଯାଇ ସ୍ଥିତିର ସମୀକ୍ଷା କରିବେ। ଏହାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମୟରେ ଜଣାପଡ଼ିବ।

ମୋଦି ହମ୍‌ଲା ପରେ ଟ୍ୱିଟ୍‌ କରି କହିଛନ୍ତି, “ମୁଁ ପୁଲୱାମା ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି। ଆମ ବୀର ଯବାନଙ୍କ ବଳିଦାନ ବେକାର ଯିବନାହିଁ। ସାହସୀ ସହିଦ ପରିବାର ବର୍ଗଙ୍କ ସହ ସାରା ଦେଶ କାନ୍ଧକୁ କାନ୍ଧ ଦେଇ ଛିଡ଼ା ହୋଇଛି। ଆହତମାନେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ପ୍ରାର୍ଥନା କରୁଛି। ମୁଁ ରାଜନାଥ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ କଥା। ହୋଇଛି।”



from Odisha Reporter http://bit.ly/2X1dLRE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages