ଲୁଚାଇଲେ ବି ଲୁଚୁନି ପାକିସ୍ତାନର ମିଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ଲୁଚାଇଲେ ବି ଲୁଚୁନି ପାକିସ୍ତାନର ମିଛ

ନୂଆଦିଲ୍ଲୀ: ପାକିସ୍ତାନର ଏଫ୍-୧୬ ବିମାନ କୁଆଡ଼େ ଭାରତର ମିଗ୍ ଖସାଇ ଦେଇଛି। ଏଭଳି ମିଛ ଖବର ଏବେ ପାକିସ୍ତାନୀ ଗଣମାଧ୍ୟମରେ ସ୍ଥାନ ପାଇ ଚର୍ଚ୍ଚାରେ ଅଛି। ଆଉ ସବୁଠାରୁ ବଡ଼ କଥା ହେଛି ସେଠାକାର ସରକାର ମଧ୍ୟ ଏହି ମିଛ ଫଟୋ ଏବଂ ଭିଡିଓକୁ ଏବେକାର ଏବଂ ଆଜିର ଦର୍ଶାଇ ଆସୁଛନ୍ତି। ହେଲେ ସତ କେବେ ଲୁଚି ରହେନା ଉକ୍ତି ସତ ପ୍ରମାଣିତ ହେବା ସହିତ ପ୍ରକୃତ ଘଟଣା ବାବଦରେ ତୁରନ୍ତ ସ୍ପଷ୍ଟ ହୋଇସାରିଛି।

୨୦୧୬ ମସିହାରେ ଦୁର୍ଭାଗ୍ୟବଶତଃ ଯୋଧପୁରଠାରେ ଏକ ମିଗ୍‌-୨୧ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା। ସେହି ଫଟୋକୁ ବ୍ୟବହାର କରି ଏହାର ୩ ବର୍ଷ ପରେ ପାକିସ୍ତାନ ଦର୍ଶାଇବାକୁ ଚାହୁଁଛି ଏହି ବିମାନ ପାକିସ୍ତାନ ସେନା ହିଁ ଖସାଇଛି। ଏପରିକି ପାକିସ୍ତାନୀ ମିଡିଆ ଏବଂ ସରକାର ଏହି ପୁରୁଣା ଫଟୋକୁ ତାଙ୍କ ବାୟୁସେନାର ସଫଳତା ବୋଲି ଦର୍ଶାଇ ଆସୁଛନ୍ତି।

ବୁଧବାର ଏଲଓସି ଆରପାଖରେ ପାକିସ୍ତାନରେ ଥିବା ଜୈଶ-ଇ-ମହମ୍ମଦ କ୍ୟାମ୍ପରେ ବୋମାବର୍ଷଣ କରିବା ପରେ ପାକିସ୍ତାନ ସରକାର ବ୍ୟାକ୍‌ଫୁଟ୍‌ରେ ଅଛନ୍ତି। ଏହାର ପ୍ରତିଫଳନ ତାଙ୍କ ସଂସଦରେ ମଧ୍ୟ ଦେଖିବାକୁ ମିଳିଥିଲା ଏବଂ ବର୍ତ୍ତମାନ ପାକ୍‌ ସରକାର ମିଛ ଖବରର ସହୟତା ନେଉଛନ୍ତି।



from Odisha Reporter https://ift.tt/2Sunpc9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages