ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା ବର୍ଣ୍ଣନା କଲେ ରାଜ୍ୟପାଳ ଗଣେଶୀ ଲାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା ବର୍ଣ୍ଣନା କଲେ ରାଜ୍ୟପାଳ ଗଣେଶୀ ଲାଲ୍‌

assembly-12

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ଦେଇ ରାଜ୍ୟ ସରକାରଙ୍କ ସଫଳତା ବଖାଣିଛନ୍ତି। କୃଷି, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଗ୍ରାମାଞ୍ଚଳ ବିକାଶର ସ୍ୱର୍ଣ୍ଣିମ ଚେହେରା ଉପସ୍ଥାପନ କରିଛନ୍ତି।

ସେ କହିଥିଲେ,“ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଉଦାହରଣ ସାଜିଛି। ରାଜ୍ୟରେ କୃଷି ଉତ୍ପାଦନ ବଢ଼ିଛି। ରାଜ୍ୟକୁ ୫ ଥର କୃଷି କର୍ମଣ ପୁରସ୍କାର ମିଳିଛି। ଆର୍ଥିକ ଦେବାଳିଆରୁ ଆର୍ଥିକ ସ୍ୱଚ୍ଛଳ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା। ସ୍ମାର୍ଟ ସିଟି ଚାଲେଂଜରେ ଭୁବନେଶ୍ୱର ଶ୍ରେଷ୍ଠ ହୋଇଛି।”

ସେ ଆହୁରି କହିଥିଲେ, “କାଳିଆ ଯୋଜନା ପ୍ରଚଳନ କରି ରାଜ୍ୟରେ କୃଷକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି। ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଲାଗୁ ହୋଇଛି।ମୋ ସରକାର ଚାଷୀଙ୍କୁ ୬୫ ହଜାର ମୋବାଇଲ ଦେଇଛି। ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗକୁ ଗୁରୁତ୍ୱର ସହ ନିଆଯାଇଛି।”

ଗ୍ରାମୀଣ ବିକାଶକୁ ନେଇ ରାଜ୍ୟପାଳ କହିଥିଲେ “ଗ୍ରାମୀଣ ଗୃହ ନିର୍ମାଣରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇଛି। ଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ୪ ନିୟୁତ ଘର ନିର୍ମାଣ ହୋଇଛି। ୩୧୪ ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟ ଶେଷ ହୋଇଛି। ଗ୍ରୀନ ମହାନଦୀ ମିଶନରେ ବ୍ୟାପକ ବୃକ୍ଷରୋପଣ କରାଯାଉଛି। ଗ୍ରାମୀଣ ରାସ୍ତା ନିର୍ମାଣକୁ ମୋ ସରକାର ଗୁରୁତ୍ୱ ଦେଇଛି। ଚଳିତବର୍ଷ ୯୨୩୦ କିମି ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଇଛି। ବିଭିନ୍ନ ରାସ୍ତାରେ ଛୋଟବଡ଼ ୧୩୦ଟି ସେତୁ କରାଯାଉଛି।”

ନିବେଶକଙ୍କୁ ଆକୃଷ୍ଟ କରିବାକୁ ମୋ ସରକାର ଲ୍ୟାଣ୍ଡ ବ୍ୟାଙ୍କ ଆରମ୍ଭ କରିଥିବା ମଧ୍ୟ ସେ କହିଥିଲେ।



from Odisha Reporter http://bit.ly/2TuljdJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages