
ନୂଆଦିଲ୍ଲୀ:ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ନୂଆ ନିର୍ଦ୍ଦେଶକଭାବେ ଦାୟିତ୍ୱ ନେଲେ ଋଷି କୁମାର ଶୁକ୍ଳା। ୧୯୮୩ ବ୍ୟାଚର ଆଇପିଏସ ଅଧିକାରୀ ତଥା ପୂର୍ବତନ ମଧ୍ୟପ୍ରଦେଶ ଡିଜିପି ଋଷି କୁମାର ଶୁକ୍ଳା ଆଜି ବିଧିବଦ୍ଧଭାବେ ଏହି ଦାୟିତ୍ୱ ନେଇଛନ୍ତି। ଆଜି ସକାଳେ ଶ୍ରୀ ଶୁକ୍ଳା ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ କାମଚଳା ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ।
ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ହାଇପାୱାର ସିଲେକ୍ସନ କମିଟିର ବୈଠକରେ ଋଷି କୁମାରଙ୍କ ନିଯୁକ୍ତି ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିଲା। ଆଗାମୀ ଦୁଇବର୍ଷ ପାଇଁ ସେ ଏହି ପଦବୀରେ ରହିବେ। ସୂଚନାଯୋଗ୍ୟ, ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ସରକାର ତାଙ୍କ ପଦବୀରୁ ହଟାଇ ଦେଇଥିଲେ।
ସିବିଆଇର ଉପନିର୍ଦ୍ଦେଶକ ରାକେଶ ଆସ୍ଥାନା ଆଲୋକଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଆଉ ଏହି ପଦବୀରେ ଓଡ଼ିଶା କ୍ୟାଡର ଆଇପିଏସ ଏମ. ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ଦାୟିତ୍ୱ ଦିଆଯାଇଥିଲା।
from Odisha Reporter http://bit.ly/2HPY7VZ
No comments:
Post a Comment