୧୩୩ ଛୁଇଁଲା ଆସାମ ମଦମୃତ୍ୟୁ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

୧୩୩ ଛୁଇଁଲା ଆସାମ ମଦମୃତ୍ୟୁ ସଂଖ୍ୟା

ଗୁଆହାଟୀ: ଆସାମ ମଦ ମୃତ୍ୟୁ ଘଟଣାରେ ମୃତକଙ୍କ ସଂଖ୍ୟା ରବିବାର ୧୩୩ ଛୁଇଁଥିବାବେଳେ ୨୦୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ଗୋଲଘାଟ୍‌ ଏବଂ ଜୋରହାଟ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଆସାମର ଆଇ ଓ ଶୃଙ୍ଖଳା ଏଡିଜି ମୁକେଶ ଅଗ୍ରୱାଲ ଏହି ବିଷୟରେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ‘ସୁଲାଇ ମଦ୍‌’ ବା ଦେଶୀ ମଦର ବିକ୍ରି ଏବଂ ପ୍ରସ୍ତୁତି ସହିତ ଜଡ଼ିତ ୧୦ ଜଣଙ୍କୁ ଗିରଫ କରାଯାଇସାରିଲାଣି।

ସେ କହିଥିଲେ, “ଆମେ ଫରେନ୍‌ସିକ୍‌ ସାଇନ୍ସ ଲବରେଟୋରୀକୁ ମଦର ନମୁନା ପଠାଇଛୁ ଏବଂ ରିପୋର୍ଟ ଆସିଲେ ପୁଣି କାର୍ଯ୍ୟାନୁଷ୍ଠାନ ବାବଦରେ ତଥ୍ୟ ଦିଆଯିବ।”

ଅବକାରୀ ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ବିଷାକ୍ତ ମଦର ବିକ୍ରି, ପ୍ରସ୍ତୁତି ଏବଂ ଅବକାରୀ ଆଇନ ଉଲ୍ଲଂଘନ ଘଟଣାରେ ୯୦ଟି ମାମଲା ରୁଜୁ କରାଯାଇଛି। ୪୬୮୦ ଲିଟର ବେଆଇନ ପୋଚ ଜବତ କରିବା ସହିତ ସେସବୁକୁ ନଷ୍ଟ କରାଯାଇଛି।
ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଶନିବାର ଜୋରହାଟ୍‌ ମେଡିକାଲ କଲେଜ୍‌ ଗସ୍ତ କରି ସେଠାରେ ଚିକିତ୍ସାଧୀନ ଅସୁସ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏତଦ୍‌ବ୍ୟତୀତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଅସୁସ୍ଥଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

ଗୋଲଘାଟ୍‌ ଅଞ୍ଚଳରେ ଗୁରୁବାର ରାତିରେ ବୃହତ୍‌ ସଂଖ୍ୟାରେ ଲୋକ ବିଷାକ୍ତ ମଦ ପିଇବା କାରଣରୁ ଏଭଳି ଅଘଟଣ ଘଟିଛି। ଏହାପୂର୍ବରୁ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ସମାନ ଘଟଣା ଘଟିଥିଲା।



from Odisha Reporter https://ift.tt/2ValWJQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages