ହ୍ୱାଟସ୍ଆପ୍‌ରେ ଆପତ୍ତିଜନକ ମେସେଜ୍‌ ପ୍ରେରକଙ୍କୁ ସାବାଡ୍ କରିବ ଟେଲିକମ୍ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ହ୍ୱାଟସ୍ଆପ୍‌ରେ ଆପତ୍ତିଜନକ ମେସେଜ୍‌ ପ୍ରେରକଙ୍କୁ ସାବାଡ୍ କରିବ ଟେଲିକମ୍ ବିଭାଗ

ନୂଆଦିଲ୍ଲୀ: ସୋଶାଲ ନେଟୱାକିଂ ପ୍ଲାଟ୍‌ଫର୍ମରେ ଅନାବଶ୍ୟକ ଓ ଆପତ୍ତିଜନକ କଣ୍ଟେଣ୍ଟ୍‌ ବନ୍ଦ କରିବା ସହଜ ନୁହେଁ। ସେ ହ୍ୱାଟସ୍‌ଆପ୍‌, ଫେସ୍‌ବୁକ୍‌ ହେଉ ଅବା ଇନ୍‌ଷ୍ଟାଗ୍ରାମ୍‌, ଏଥିରେ ଆସୁଥିବା ମେସେଜ୍‌ରୁ ବନ୍ଦ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ବ୍ଲକ୍‌, ସ୍ପାମ୍‌ କିମ୍ୱା ରିପୋର୍ଟ ଅପସନ୍‌ ହିଁ ରହିଛି।

କିନ୍ତୁ ବର୍ତ୍ତମାନ ଆପଣ ଆଉ ହ୍ୱାଟସ୍‌ଆପ୍‌ରେ ଆସୁଥିବା ଅନାବଶ୍ୟକ ମେସେଜ୍‌କୁ ନେଇ ଚିନ୍ତା କରନ୍ତୁ ନାହିଁ। ଟେଲିକମ୍‌ ବିଭାଗ ପକ୍ଷରୁ ଏଭଳି ଆପତ୍ତିଜନକ ମେସେଜ୍‌କୁ ବନ୍ଦ କରିବା ପାଇଁ ଏକ ଛୋଟ ପଦକ୍ଷେପ ନିଆଯାଇଛି।

ଆଜ୍ଞା ହଁ, ଡିପାର୍ଟମେଣ୍ଟ୍‌ ଅଫ୍‌ ଟେଲିକମ୍‌ ପକ୍ଷରୁ ହ୍ୱାଟସ୍‌ଆପ୍‌ ୟୁଜର୍‌ଙ୍କ ପାଇଁ ଏକ ନୂଆ ଫିଚର୍‌ ଜାରି କରାଯାଇଛି। ଏହି ନୂଆ ଫିଚର୍‌ ଜରିଆରେ ଆପଣ ଆପତ୍ତିଜନକ କଣ୍ଟେଣ୍ଟ୍‌କୁ ବନ୍ଦ କରିପାରିବେ।

 

ହ୍ୱାଟସ୍‌ଆପ୍‌ରେ ଆସୁଥିବା ଫଟୋ, କମେଣ୍ଟ୍‌ ଓ ଭିଡିଓ ପଠାଉଥିବା ୟୁଜର୍‌ଙ୍କ ପାଇଁ କେବଳ ବ୍ଲକ୍‌ ଅପସନ୍‌ ରହିଥିଲା। ବର୍ତ୍ତମାନ ଡିପାର୍ଟମେଣ୍ଟ୍‌ ଅଫ୍‌ ଟେଲିକମ୍‌ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପ ଅନୁସାରେ ଆପଣ ସେହି ସବୁ ଆପତ୍ତିଜନକ ମେସେଜ୍‌ର ସ୍କ୍ରିନ୍‌ଶଟ୍‌ ଓ ମୋବାଇଲ୍‌ ନମ୍ୱରରେ ନେଇ ccaddn-dot@nic.in ମେଲ୍‌ ଆଇଡିରେ ମେଲ୍‌ କରିବେ। ମେଲ୍‌ କରିବା ପରେ ଏହା ଉପରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏ ନେଇ ଡିପାର୍ଟମେଣ୍ଟ୍‌ ଅଫ୍‌ ଟେଲିକମ୍‌ କଣ୍ଟ୍ରୋଲର୍‌ କମ୍ୟୁନିକେସନ୍‌ ଅଧ୍ୟକ୍ଷ ଆଶିଷ୍‌ ଯୋଶୀ ଟ୍ୱିଟ୍‌ କରି ଜଣାଇଛନ୍ତି। ସେ କହିଛନ୍ତି, “ଯଦି କାହାକୁ ଅପମାନଜନକ ବା ଆପତ୍ତିଜନକ ଏବଂ ମୃତ୍ୟୁ ଧମକ ପରି ହ୍ୱାଟସଆପ୍‌ ମେସେଜ୍‌ ଆସୁଛି, ତେବେ ମୋବାଇଲ୍‌ ନମ୍ୱର ସହିତ ccaddn-dot@nic.in ରେ ଆମକୁ ମେଲ୍‌ କରନ୍ତୁ। ଦୂରସଞ୍ଜାର ନିୟନ୍ତ୍ରଣରେ ଥିବା ପୁଲିସ୍‌ ମିଳିମିଶି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।”

ତେବେ ସଜାଗ ରୁହନ୍ତୁ ଏବଂ ଯଦି କୌଣସି ଖରାପ ମେସେଜ୍‌ ଆପଣଙ୍କ ହ୍ୱାଟସଆପ୍‌କୁ ଆସୁଛି ଏହି ମେଲ୍‌ ଆଇଡି ଜରିଆରେ ଟେଲିକମ୍‌ ଡିପାର୍ଟମେଣ୍ଟକୁ ସମ୍ପର୍କ କରନ୍ତୁ।

 



from Odisha Reporter https://ift.tt/2IDsDTg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages