
ସିମ୍ଲା: ଫିଲ୍ମରେ ଆପଣ ଅନେକ ଅଭିନେତାଙ୍କୁ ଷ୍ଟଣ୍ଟ୍ ଓ ଫାଇଟିଙ୍ଗ୍ କରୁଥିବା ଆପଣ ଦେଖିଥିବେ। ଯେଉଁଥିରେ ହିରୋ-ଭିଲେନ୍ ମଧ୍ୟରେ ଅଜବ ପ୍ରକାର ଫାଇଟିଙ୍ଗ୍ ଦୃଶ୍ୟ ରହିଥାଏ। ତେବେ ସେହି ସବୁ ଦୃଶ୍ୟ କେବଳ ରିଲ୍ରେ ହିଁ ସମ୍ଭବ ହୋଇପାରେ। କିନ୍ତୁ ରିଅଲ୍ ଲାଇଫ୍ରେ ମଧ୍ୟ ଏମିତି କିଛି ଘଟଣା ଘଟେ ଯାହାକୁ ଜାଣି ଆଶ୍ଚର୍ଯ୍ୟ ହେବେ।
ସେମିତି ଏକ ଘଟଣା ଅରୁଣାଚଶପ୍ରଦେଶ ମାଣ୍ଡିରେ ଦେଖିବାକୁ ମିଳିଛି। କାର୍ କିଣିବାକୁ ଯାଇ ମହିଳା ଜଣକ ଏପରି ଅଦ୍ଭୁତ ଡ୍ରାଇଭିଂ କରିଥିଲେ ଯେ,ଶୋ’ରୁମର କାଚ କାନ୍ଥକୁ ଭାଙ୍ଗି ରାସ୍ତା ବାହାରକୁ ଚାଲି ଯାଇଥିଲା।
ଯାହାର ଭିଡିଓ ସିସିଟିଭି ଫୁଟେଜ୍ରେ କଏଦ୍ ହୋଇଥିଲା ଏବଂ ବର୍ତ୍ତମାନ ତାହା ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ସୂଚନା ଅନୁସାରେ ମହିଳା ଜଣକୁ ଡ୍ରାଇଭିଙ୍ଗ୍ ଜଣା ନଥିବାରୁ କାର୍ କିଣିବା ପୂର୍ବରୁ ଶୋ’ରୁମ୍ର ସେଲ୍ସ ବୟ ମହିଳା ଜଣକୁ କେବଳ କାର୍ର ସିଟ୍ରେ ବସିବା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ମହିଳା ଜଣକ ଭୁଲ୍ରେ କାର ଚାବି ଅନ୍ କରି ଗିଅର୍ ବକ୍ସରେ ହାତ ପକାଇ ଦେଇଥିଲେ। ଯାହା ଯୋଗୁ କାର୍ଟି ଶୋ’ରୁମର କାଚ ଭାଙ୍ଗି ରାସ୍ତା ଉପରକୁ ଚାଲି ଯାଇଥିଲା। ଏହାପରେ ଶୋ’ରୁମ ବାହାରେ ରଖାଯାଇଥିବା ଅନ୍ୟ କାର୍କୁ ମଧ୍ୟ ଧକ୍କା ଦେଇଥିଲା।
କାର୍ଟି ହୁଣ୍ଡାଇ ଇଲାଇଟ୍ ଆଇଟେନ୍ର ଥିଲା। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି। କେବଳ ୪ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
କିନ୍ତୁ କାର୍ କିଣିବାକୁ ଯାଇ ମହିଳା ଜଣକ ଏପରି ଏକ ଭୟଙ୍କର ଦୁର୍ଘଚଣାର ଶିକାର ହେବେ ବୋଲି କେବେ ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିନଥିବେ।
from Odisha Reporter https://ift.tt/2TdJK2c
No comments:
Post a Comment