କମ୍‌ବ୍ୟାକ୍‌ରେ ଗପ୍ଟିଲଙ୍କ ଶତକ, ପ୍ରଥମ ଦିନିକିଆ ଜିତିଲା ନ୍ୟୁଜିଲ୍ୟାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

କମ୍‌ବ୍ୟାକ୍‌ରେ ଗପ୍ଟିଲଙ୍କ ଶତକ, ପ୍ରଥମ ଦିନିକିଆ ଜିତିଲା ନ୍ୟୁଜିଲ୍ୟାଣ୍ଡ

ନାପିଅର: ନ୍ୟୁଜିଲ୍ୟାଣ୍ଡର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ମାର୍ଟିନ ଗପ୍ଟିଲ ତାଙ୍କ କମ୍‌ବ୍ୟାକ୍‌ ମ୍ୟାଚ୍‌ରେ ଜବରଦସ୍ତ ଇନିଂସ୍‌ ଖେଳିଛନ୍ତି। ଘରୋଇ ମାଟିରେ ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଗପ୍ଟିଲଙ୍କ ଅପରାଜିତ ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ଟିକୁ ୮ ୱିକେଟ୍‌ରେ ଜିତି ନେଇଛି। ଆହତ କାରଣରୁ ଗପ୍ଟିଲ ଭାରତ ବିପକ୍ଷ ଶେଷ ୨ଟି ଦିନିକିଆ ଓ ଟି-୨୦ ସିରିଜ୍‌ରୁ ବାଦ ପଡ଼ିଥିଲେ।

ଆଜି ନାପିଅର ଠାରେ ବାଂଲାଦେଶ ପ୍ରଥମ ବ୍ୟାଟିଂ କରି ମାତ୍ର ୨୩୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଗପ୍ଟିଲଙ୍କ ଅପରାଜି ୧୧୭ ବଳରେ ନ୍ୟୁଜିଲ୍ୟାଣ୍ଡ ୪୪.୩ ଓଭର୍‌ରେ ୨ ୱିକେଟ ହରାଇ ୨୩୩ ରନ୍‌ କରିନେଇଥିଲା।

ଗପ୍ଟିଲଙ୍କ ଏହା ଦିନିକିଆ କ୍ୟାରିୟରର ୧୫ତମ ଶତକ ରହିଥିଲା। ତାଙ୍କୁ ଏହି ଇନିଂସ୍‌ରେ ଓପନର କରୁଥିବା ନକୋଲାସ ୫୩ ରନ୍‌ କରି ଭରପୂର ସହଯୋଗ କରିଥିଲେ। ଅଧିନାୟକ କେନ୍‌ ୱିଲିମସନ୍‌ ୧୧ ରନ୍‌ କରିଥିବା ବେଳ ରସ୍‌ ଟେଲର ୪୫ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

ଏହାପୂର୍ବରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବାଂଲାଦେଶ ମହମ୍ମଦ ମିଥୁନଙ୍କ ୬୨ ଓ ମହମ୍ମଦ ସୈଫୁଦ୍ଦିନଙ୍କ ୪୧ ରନ୍‌କୁ ଆଧାର କରି ୨୩୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର ଓ ଟ୍ରେଣ୍ଟ ବୋଲ୍ଟ ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଲୁକି ଫରଗୁସନ ଓ ମାଥ୍ୟୁ ଜେମ୍ସ ହେନରୀ ୨ଟି ଲେଖାଏ ୱିକେଟ ପାଇଛନ୍ତି।



from Odisha Reporter http://bit.ly/2TMc7l1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages