ଯୁବତୀଙ୍କ ପେଟରେ ଷ୍ଟମ୍ପ ଭୁଶିଦେଲେ ଉତକ୍ଷିପ୍ତ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ଯୁବତୀଙ୍କ ପେଟରେ ଷ୍ଟମ୍ପ ଭୁଶିଦେଲେ ଉତକ୍ଷିପ୍ତ ଯୁବକ

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ବିଜୁ ଯୁବ ବାହିନୀ ପକ୍ଷରୁ ବଣ୍ଟା ଯାଉଥିବା କ୍ରୀଡ଼ା ସାମଗ୍ରୀକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ନୂଆଗାଁରେ ତୁମୁଳ କାଣ୍ଡ ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଜଣେ ଯୁବତୀଙ୍କ ପେଟରେ ଷ୍ଟମ୍ପ୍ ଭୁଷି ଦେଇଛନ୍ତି ଜଣେ ଯୁବକ।  ଯୁବତୀ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ମଞ୍ଜୁଳା ମଳିକ। ତାଙ୍କୁ  କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିଜୁ କ୍ରୀଡ଼ା ସାମଗ୍ରୀ ଯୋଜନାରେ ନୂଆଗାଁ ପାଇଁ ମିଳିଥିବା କ୍ରୀ଼ଡ଼ା ଉପକରଣ କାହା ପାଖରେ ରହିବ, ତାକୁ ନେଇ ଗତକାଲି ଗାଁର ବବୁଲ୍ ମଳିକ ଓ କୁନା ମଳିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହାପରେ କୁନା ଓ ତା’ ପରିବାର ଲୋକେ ବବୁଲଙ୍କୁ ରାସ୍ତାରେ ଘୋଷାରି ବିଧା ଚାପୁଡ଼ା ମାରିଥିଲେ। ବବୁଲଙ୍କ ଭଉଣୀ ମଞ୍ଜୁଳା ଦୁଇ ପକ୍ଷଙ୍କୁ ଛଡ଼ାଛଡ଼ି କରିଥିଲେ। ଏଥିରେ କୁନା ଉତକ୍ଷିପ୍ତ ହୋଇ ହାତରେ ଧରିଥିବା ଷ୍ଟମ୍ପଟିକୁ ମଞ୍ଜୁଳାଙ୍କ ପେଟରେ ଭୁଶି ଦେଇଥିଲେ।

ଏନେଇ ମଞ୍ଜୁଳାଙ୍କ ବାପା ପଟ୍ଟମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ କୁନାକୁ ଅଟକ ରଖି ତଦନ୍ତ କରୁଛି।



from Odisha Reporter http://bit.ly/2GnCEC3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages