ଆଘାତରୁ ମୁକୁଳି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ମୀରାବାଈ ଚାନୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଆଘାତରୁ ମୁକୁଳି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ମୀରାବାଈ ଚାନୁ

ନୂଆଦିଲ୍ଲୀ: ଅଣ୍ଟାରେ ଆଘାତ ଯୋଗୁ ଆହତ ହୋଇ ୨୦୧୮ରେ ଏକାଧିକ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିବା ଭାରତୀୟ ମହିଳା ୱେଟଲିଫଟର ତଥା ବିଶ୍ୱବିଜେତା ମୀରାବାଈ ଚାନୁ ଜବରଦସ୍ତ କମ୍‌ବ୍ୟାକ୍‌ କରିଛନ୍ତି। ସେ ସୁସ୍ଥ ହେବା ପରେ ପ୍ରଥମଥର ପାଇଁ ଥାଇଲ୍ୟାଣ୍ଡ ଇଜିଏଟି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ।

ତେବେ ଏଥିରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୪୯ କିଲୋ ବର୍ଗରେ ସେ ୧୯୨ କେଜିର ୱେଟଲିଫ୍ଟ କରି ଏଭଳି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ ପୂର୍ବରୁ ଚାନୁଙ୍କ ଏଭଳି ସଫଳତା ତାଙ୍କ ମନୋବଳକୁ ଦୃଢ଼ କରିଛି।

ଚାନୁ କହିଛନ୍ତି,“ ପୂର୍ବରୁ ମୁଁ ୧୯୬ କେଜି ଓଜନର ୱେଟଲିଫ୍ଟ କରିଥିଲି। ହେଲେ ଆହତ ପରିସ୍ଥିତିରୁ ମୁକୁଳି ମୁଁ ୧୯୨ କେଜି ୱେଟ୍‌ଲିଫ୍ଟ କରିପାରିଥିବାରୁ ସନ୍ତୋଷ ଲାଭ କରିଛି। ୨୦୧୭ରେ ୧୯୪ କେଜି ୱେଟ୍‌ଲିଫ୍ଟ କରି ମୁଁ ବିଶ୍ୱ ଚାମ୍ପିୟନ ହୋଇଥିଲି।”

୨୪ ବର୍ଷୀୟ ଚାନୁ ସ୍ନାଚରେ ୮୨ କେଜି ୱେଟ୍‌ଲିଫ୍ଟ କରିଥିବା ବେଳେ କ୍ଲିନ୍‌ ଓ ଜର୍କରେ ୧୧୦ କେଜି ୱେଟ୍‌ଲିଫ୍ଟ କରିଥିଲେ। ଜାପାନର ମିୟେକ ହିରୋମି(୧୮୩ କେଜି) ରୌପ୍ୟ ପଦକ ଜିତିଥିବା ବେଳେ ପପୁଆ ନ୍ୟୁ ଗିନିର ଲୋଆ ଡିକା(୧୭୯ କେଜି) ବ୍ରୋଞ୍ଜ ପଦକ ପାଇଛନ୍ତି।



from Odisha Reporter https://odishareporter.in/sports/meerabai-chanu-wins-gold-after-recovering-from-back-injury-336783

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages