ଶେଷରେ ଜୈଶ କ୍ୟାମ୍ପସକୁ ନିଜ ଦଖଲକୁ ନେଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ଶେଷରେ ଜୈଶ କ୍ୟାମ୍ପସକୁ ନିଜ ଦଖଲକୁ ନେଲା ପାକିସ୍ତାନ

ଇସ୍‌ଲାମାବାଦ: ଜାତିସଂଘ ସୁରକ୍ଷା ପରିଷଦ ପୁଲୱାମା ଆତଙ୍କବାଦୀ ହମ୍‌ଲା ପଛରେ କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ହାତ ଥିବା କଥା ସ୍ପଷ୍ଟ ହେବା ଓ ଅଧିକାଂଶ ଦେଶ ଭାରତ ସପକ୍ଷରେ ମତ ଦେବା ପରେ ପାକିସ୍ତାନର କ୍ଷମତା ଅଳିନ୍ଦରେ ଛନକା ପଶିଛି। ଶେଷରେ ପାକିସ୍ତାନ ବାଧ୍ୟ ହୋଇ ବାହାବଲପୁରଠାରେ ଥିବା ଜୈଶ ସଂଗଠନର କ୍ୟାମ୍ପସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପାକିସ୍ତାନ ସରକାର ଶୁକ୍ରବାର ଏହା ଘୋଷଣା କରିବା ସହ ବାହାବଲପୁର ଠାରେ ଥିବା ଜୈଶ କ୍ୟାମ୍ପସକୁ ନିଜ ଅଧୀନକୁ ନେଇଛନ୍ତି। ପୂର୍ବରୁ ଭାରତ ବାରମ୍ବାର ଜୈଶ ବିରୋଧରେ ପ୍ରମାଣ ଦେବା ସହ ଏହାର ପ୍ରତିଷ୍ଠାତା ମାସୁଦ ଆଝାର ପାକିସ୍ତାନରେ ଥିବା କହୁଥିଲେ ହେଁ ପାକିସ୍ତାନ ଏହାକୁ ଖାତିର କରୁ ନଥିଲା। ଏପରି କି ବାହାବଲପୁରରେ ଥିବା ଏକ ମସଜିଦ୍‌ ମଧ୍ୟରେ ରହି ମାସୁଦ ଜୈଶ ନେଟୱର୍କକୁ ନିୟନ୍ତ୍ରଣ କରୁଛି ବୋଲି ବିଭନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ପାକିସ୍ତାନ ସରକାର ସବୁ କଥାକୁ ଫାଙ୍କି ଦେଇଥିଲେ। କିନ୍ତୁ ଏବେ ଅନ୍ତର୍ଜାତୀୟ ଚାପରେ ପାକିସ୍ତାନ ସରକାର ବାଧ୍ୟ ହୋଇ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି।

ସରକାରଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ “ପଞ୍ଜାବ ପ୍ରଦେଶ ସରକାର ବାହାବଲପୁରଠାରେ ଥିବା ମାଦ୍ରେସସାତୁଲ ସବିର ଓ ଜାମା ମସଜିଦ ଶୁଭାନଆଲ୍ଲା କ୍ୟାମ୍ପସକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏଥିସହ ଜୈଶ କ୍ୟାମ୍ପସ ପାଇଁ ସରକାର ପ୍ରଶାସନିକ ଅଧିକାରୀ ମଧ୍ୟ ନିଯୁକ୍ତି କରିଛନ୍ତି। ଏହି କ୍ୟାମ୍ପସରେ ବର୍ତ୍ତମାନ ୭୦ ଜଣ ଶିକ୍ଷକ ରହିଥିବା ବେଳେ ୬୦୦ ପିଲା ପାଠ ପଢ଼ୁଛନ୍ତି। ପଞ୍ଜାବ ପୁଲିସ୍‌ ଏବେ ଉକ୍ତ କ୍ୟାମ୍ପସକୁ ସୁରକ୍ଷିତ ରଖିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଛି।”

ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ୍‌ର ଜେୟୁଡି ସଂଗଠନକୁ ବ୍ୟାନ୍‌ କରିଥିଲେ।



from Odisha Reporter https://ift.tt/2GFrf0D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages