ମେଣ୍ଟ ସହଯୋଗୀଙ୍କୁ ୨୦ଟି ବିଧାନସଭା ଆସନ ଛାଡ଼ିବ କଂଗ୍ରେସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ମେଣ୍ଟ ସହଯୋଗୀଙ୍କୁ ୨୦ଟି ବିଧାନସଭା ଆସନ ଛାଡ଼ିବ କଂଗ୍ରେସ!

niranjan2

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ରାଜ୍ୟରେ ସମଭାବାପନ୍ନ ରାଜନୀତିକ ଦଳ ଓ ନେତାଙ୍କ ସହ ମିଶି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବ। ଓଡ଼ିଶାରେ ଏଭଳି ମେଣ୍ଟ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମ୍ମତି ଦେବା ପରେ ପିସିସି ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସିପିଆଇ, ସିପିଏମ, ଜେଏମଏମ ସହ କଂଗ୍ରେସ ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ଆସନରେ ମେଣ୍ଟ କରିବା ଚୂଡ଼ାନ୍ତ ହୋଇଥିବାବେଳେ ଅନ୍ୟ ୨ରୁ ୩ଟି ଆସନରେ କଂଗ୍ରେସ ସିଧାସଳଖ ପ୍ରାର୍ଥୀ ନଦେବା ପାଇଁ ନିଷ୍ପତ୍ତି ହୋଇଛି। ମେଣ୍ଟ ସହଯୋଗୀଙ୍କ ପାଇଁ କଂଗ୍ରେସ ୩ଟି ଲୋକସଭା ଆସନ ଓ ୨୦ଟି ବିଧାନସଭା ଆସନ ଛାଡ଼ିବା ନିମନ୍ତେ ରଣନୀତି ପ୍ରସ୍ତୁତ କରୁଛି। ତେବେ ୧୩ ତାରିଖରେ ଓଡ଼ିଶା ଗସ୍ତରେ ଆସୁଥିବା କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଅଧ୍ୟକ୍ଷଙ୍କ ସହ ଏନେଇ ବିଚାରବିମର୍ଶ ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୩ ପ୍ରମୁଖ ଦଳ ସିପିଆଇ,ସିପିଏମ ଓ ଜେଏମଏମ୍ ସହ ମେଣ୍ଟ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଏହି ୩ ଦଳ ସହ ଆସନ ବୁଝାମଣା ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସିପିଆଇ ୧୨ଟି, ସିପିଏମ୍ ୮ଟି ଓ ଜେଏମଏମ ୧୪ଟି ବିଧାନସଭା ଓ ଗୋଟିଏ ଲେଖାଏ ଲୋକସଭା ଆସନ ଦାବି କରିଛନ୍ତି। ତେବେ ପ୍ରଦେଶ କଂଗ୍ରେସ କମିଟି ରାଜ୍ୟରେ ନିଜର ସ୍ଥିତିକୁ ପରଖି ସହଯୋଗୀ ଦଳ ଓ ନେତାମାନଙ୍କ ପାଇଁ ଅଧିକ ସଂଖ୍ୟକ ଲୋକସଭା ଆସନ ଛାଡ଼ିବା ସପକ୍ଷରେ ଥିବାବେଳେ ସେମାନଙ୍କ ଦାବି ମୁତାବକ ବିଧାନସଭା ଆସନ ଛାଡ଼ିବାକୁ ରାଜି ନାହିଁ। ରାଜ୍ୟରେ ବିଏସପି ଓ ସମାଜବାଦୀ ପାର୍ଟି ସହ କୌଣସି ଆସନ ବୁଝାମଣା କରିବା ସପକ୍ଷରେ କଂଗ୍ରେସ ଏବେ ନଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ତେବେ ସିପିଆଇ-ସିପିଏମ ଓ ଜେଏମଏମ୍ ପାଇଁ ୧୭ରୁ ୧୮ଟି ଓ ସମଭାବାପନ୍ନ ନେତାଙ୍କୁ ସମର୍ଥନ ଜଣାଇ ୨ଟି ବିଧାନସଭା ସିଟ୍ ଛାଡ଼ିବା ପାଇଁ କଂଗ୍ରେସ ଯୋଜନା କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

କଂଗ୍ରେସ ନିଜେ ୧୨୭ରୁ ୧୩୦ଟି ବିଧାନସଭା ଓ ୧୭ଟି ଲୋକସଭା ଆସନରେ ନିଜସ୍ୱ ପ୍ରାର୍ଥୀ ଦେବା ଦିଗରେ ଏବେ କାର୍ଯ୍ୟ କରୁଛି। ସୂଚନା ଅନୁସାରେ କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନରେ ସିପିଆଇକୁ ୬ଟି, ସିପିଏମକୁ ୪ଟି ଓ ଜେଏମଏମକୁ ୭ଟି ସିଟ୍ ଛାଡ଼ିବା ସପକ୍ଷରେ ରହିଛି। ଏହା ବ୍ୟତୀତ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ଦୁଇଜଣ ବରିଷ୍ଠ ନେତାଙ୍କ ସମର୍ଥନରେ ଦଳ ସେହି ଆସନରେ ନିଜସ୍ୱ ପ୍ରାର୍ଥୀ ଦେବନି ବୋଲି ଜଣାପଡ଼ିଛି। ବିଶେଷକରି ଭୁବନେଶ୍ୱର,ଆସିକା, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଲୋକସଭା ଆସନକୁ ସହଯୋଗୀଙ୍କ ପାଇଁ ଛାଡ଼ିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଥିବାବେଳେ ମୟୂରଭଞ୍ଜର ୫ଟି ଓ ସୁନ୍ଦରଗଡ଼ର ୨ଟି ବିଧାନସଭା ଆସନକୁ ଜେଏମଏମ୍ ପାଇଁ ଛାଡ଼ିବାକୁ କଂଗ୍ରେସ ପ୍ରସ୍ତୁତ ଅଛି। ଜେଏମଏମ ଅଧିକ ସଂଖ୍ୟକ ବିଧାନସଭା ଦାବି କରୁଥିଲେ ମଧ୍ୟ ଦଳ ୭ ବିଧାନସଭା ଓ ୧ ଲୋକସଭା ଆସନରେ ସନ୍ତୁଷ୍ଟ ଥିବା ପରୋକ୍ଷରେ ସଙ୍କେତ ଦେଇଛି।

ସିପିଏମ ମଧ୍ୟ ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଆସନ ପାଇଲେ ସନ୍ତୁଷ୍ଟ ହେବ ବୋଲି ଏକପ୍ରକାର ସଙ୍କେତ ଦେଇଥିବା କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ମାତ୍ର ସିପିଆଇ ଅଧିକ ସଂଖ୍ୟକ ସିଟ୍ ଦାବି କରୁଥିବାରୁ ଏବେ ଉଭୟ ଦଳ ମଧ୍ୟରେ ଟଣାଓଟରା ଲାଗି ରହିଛି। ଏପଟେ ରାଜ୍ୟ କଂଗ୍ରେସ ନେତୃତ୍ୱ ମଧ୍ୟ ଏହି ୩ଦଳକୁ କୌଣସି ପରିସ୍ଥିତିରେ ୧୮ରୁ ଅଧିକ ବିଧାନସଭା ଆସନ ଦେବା ସପକ୍ଷରେ ନାହିଁ। କଂଗ୍ରେସ ହାଇକମାଣ୍ଡ ରାଜ୍ୟରେ ମେଣ୍ଟ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ପ୍ରଦେଶ କଂଗ୍ରେସ କମିଟିକୁ ପୂର୍ଣ୍ଣ କ୍ଷମତା ଦେଇଥିବାରୁ ସହଯୋଗୀ ଦଳଗୁଡ଼ିକର ସ୍ଥିତିକୁ ପରଖି କଂଗ୍ରେସ ଏଭଳି ମୂଲଚାଲ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ୧୫ତାରିଖ ବୈଠକ ପରେ କେଉଁ ସବୁ ସିଟକୁ ଦଳ ନିଜର ସହଯୋଗୀଙ୍କ ପାଇଁ ଛାଡ଼ିବ ତାହା ସ୍ପଷ୍ଟ ହେବ ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।



from Odisha Reporter http://bit.ly/2tn11Hn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages