
ଅମରାବତୀ: ତେଲଗୁ ଦେଶମ୍ ପାର୍ଟିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁଙ୍କ ନୂଆଦିଲ୍ଲୀଠାରେ ଦିନିକିଆ ଧାରଣା ‘ଧର୍ମ ପୋରୋଟା ଦୀକ୍ଷା’ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାଯାଇଛି। ଫେବୃଆରୀ ୬ ତାରିଖରେ ଏହି ଧାରଣା ଖର୍ଚ୍ଚ ଭରଣା ପାଇଁ ଆନ୍ଧ୍ରପ୍ରଦେଶ ସରକାର ଏକ ଅର୍ଡର ଦେଇଥିବା ଜଣାଯାଇଛି।
ଏହି ବିକ୍ଷୋଭ ପାଇଁ ଆନ୍ଧ୍ର ସରକାର ଶ୍ରୀକାକୁଲମ୍ ଏବଂ ଅନନ୍ତପୁରରୁ ଯିବାକୁ ଥିବା ଦୁଇଟି ଟ୍ରେନ୍ ଭଡ଼ା କରିଥିଲେ। ଏହି ବାବଦକୁ ସରକାର ୧୨ ଲକ୍ଷ ଟଙ୍କା ଦେଇଥିବା ଜଣାଯାଇଛି।

ସରକାରୀ ରିଲିଜ୍ରେ କୁହାଯାଇଛି, “ଆନ୍ଧ୍ରପ୍ରଦେଶ ସରକାର ସିକନ୍ଦରାବାଦ ସାଉଥ୍ ସେଣ୍ଟ୍ରାଲ ରେଲ୍ୱେଠାରୁ ୨୦ଟି କମ୍ପାର୍ଟମେଣ୍ଟ ଥିବା ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଭଡ଼ା କରିଛନ୍ତି। ଏହା ଆଗ୍ରହୀ ରାଜନୀତିକ ଦଳ, ସଂଗଠନ ଏବଂ ଏନ୍ଜିଓ ଆଦିଙ୍କୁ ନେଇ ୧୦ ଫେବୃଆରୀରେ ନୂଆଦିଲ୍ଲୀରେ ପହଞ୍ଚିବ। ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଧାରଣାରେ ସେମାନେ ଯୋଗଦେବେ।”
ଟ୍ରେନ୍ ଭଡ଼ା ବ୍ୟତୀତ ସାଧାରଣ ଲୋକେ ଏବଂ ଭିଆଇପିଙ୍କ ରହିବା ଓ ଖାଇବା ବାବଦକୁ ଖର୍ଚ୍ଚ ହୋଇଛି। ସରକାରଙ୍କ ପକ୍ଷରୁ ମୋଟ ୧,୧୦୦ଟି ରୁମ୍ ବୁକ୍ କରାଯାଇଥିବା ଜଣାଯାଇଛି।
ନାଇଡ଼ୁ ଗତ କାଲି ସକାଳ ୮ଟାରୁ ସନ୍ଧ୍ୟା ୮ଯାଏ ଏହି ଧାରଣାରେ ବସିଥିଲେ। ଆନ୍ଧ୍ରପ୍ରଦେଶ ରେକଗ୍ନାଇଜେସନ୍ ଆକ୍ଟ ୨୦୧୪ ଅନୁଯାୟ କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତି ପୂରଣ ଏବଂ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଏହି ଧାରଣା ଦିଆଯାଇଥିବା ଜଣାଯାଇଛି।
from Odisha Reporter http://bit.ly/2GEMUoS
No comments:
Post a Comment