ନିର୍ବାଚନୀ ମେଣ୍ଟ ପାଇଁ କମିଟି ଗଢ଼ିଲା ଓଡ଼ିଶା ପିସିସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ନିର୍ବାଚନୀ ମେଣ୍ଟ ପାଇଁ କମିଟି ଗଢ଼ିଲା ଓଡ଼ିଶା ପିସିସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ନିର୍ବାଚନୀ ସଫଳତା ହାସଲ କରିବା ପାଇଁ କଂଗ୍ରେସ ଏବେ ବିଭିନ୍ନ ରାଜନୀତିକ ଦଳ ସହ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟରେ ଛୋଟ ଦଳଗୁଡ଼ିକ ସହ ଆସନ ବୁଝାମଣା କରି ନିର୍ବାଚନକୁ ଓହ୍ଲାଇବା ସପକ୍ଷରେ କଂଗ୍ରେସ ହାଇକମାଣ୍ଡ ଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବେ ସେ ଦିଗରେ ପଦକ୍ଷେପ ନେଇଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଛି। କମିଟିରେ ନିରଞ୍ଜନଙ୍କ ଖାସ୍ ସହଯୋଗୀ ତଥା ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ ଓ ଜଗନ୍ନାଥ ପଟ୍ଟନାୟକ ସଦସ୍ୟ ଅଛନ୍ତି।

ଏହି କମିଟି ଖୁବଶୀଘ୍ର ଦୁଇ ବାମଦଳ ସିପିଆଇ ଓ ସିପିଏମର ରାଜ୍ୟ ନେତୃତ୍ୱଙ୍କ ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆସନ ବୁଝାମଣାକୁ ନେଇ ଆଲୋଚନା କରିବ। ଉଭୟ ବାମଦଳ ଓ କଂଗ୍ରେସ ପରସ୍ପର ସହ ମେଣ୍ଟ କରିବା ସପକ୍ଷରେ ଅଛନ୍ତି। ତେବେ ଆସନ ବୁଝାମଣାକୁ ନେଇ ଆଜି ପ୍ରଥମ ପର୍ଯ୍ୟାୟ ଆଲୋଚନା ହେବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଥିଲା।

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନରେ କଂଗ୍ରେସ ସର୍ବାଧିକ ୧୧୭ଟି ଆସନରେ ନିଜର ପ୍ରାର୍ଥୀ ଦେଇ ବାକି ୩୦ ଟି ଆସନକୁ ମେଣ୍ଟ ସହଯୋଗୀଙ୍କ ପାଇଁ ଛାଡ଼ିବାକୁ ରଣନୀତି ପ୍ରସ୍ତୁତ କରିଛି। ବରିଷ୍ଠ ନେତା ବିଜୟ ମହାପାତ୍ର, ଡାକ୍ତର ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡାଙ୍କ ଭଳି ବରିଷ୍ଠ ନେତାଙ୍କ ପ୍ରାର୍ଥୀତ୍ୱକୁ ସମ୍ମାନ ଜଣାଇ କଂଗ୍ରେସ ମଧ୍ୟ ସେମାନେ ଛିଡ଼ା ହେବାକୁ ଥିବା ସିଟରେ ନିଜର ଦଳୀୟ ପ୍ରାର୍ଥୀ ଦେଇନପାରେ ବୋଲି ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2S4uvcb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages