ସରକାର ପରିବର୍ତ୍ତନ କରିବାର ନେତୃତ୍ୱ ଆଦିବାସୀ ଭାଇଭଉଣୀ ନେବେ: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ସରକାର ପରିବର୍ତ୍ତନ କରିବାର ନେତୃତ୍ୱ ଆଦିବାସୀ ଭାଇଭଉଣୀ ନେବେ: ଧର୍ମେନ୍ଦ୍ର

ପୁରୀ (ଓଡ଼ିଶା ରିପୋର୍ଟର): ଗତ ୧୯ ବର୍ଷ ଧରି ଓଡ଼ିଶାରେ ଯେଉଁ ଅପାରଗ, ସ୍ଥାଣୁ ଓ ସମ୍ବେଦନହୀନ ସରକାର ଚାଲିଛି, ତାକୁ ପରିବର୍ତ୍ତନ କରିବାର ନେତୃତ୍ୱ ଆଦିବାସୀ ଭାଇଭଉଣୀମାନେ ନେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁରୀ ତାଳବଣିଆରେ ଆଜି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଧିବେଶନ ଅବସରରେ ଅନୁଷ୍ଠିତ ଜନଜାତି ଅଧିକାର ରାଲିରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟର ୧୯ ବର୍ଷର ଶାସନ ବ୍ୟବସ୍ଥାରେ ଆଦିବାସୀଙ୍କର ସବୁଠାରୁ ବେଶି କ୍ଷତି ହୋଇଛି। ଆଦିବାସୀ ଜନତା ଆଜି କଳିଙ୍ଗନଗର ଗୁଳିକାଣ୍ଡକୁ ଭୁଲିନାହିଁ। ବନ୍ଧୁକ ମୂନରେ ଆଦିବାସୀମାନଙ୍କୁ ଦମନ କରିବା ଏ ସରକାରଙ୍କ ଚରିତ୍ର। କଳିଙ୍ଗନଗର ଗୁଳିକାଣ୍ଡ ଘଟଣାରେ ଦୋଷୀ କିଏ, ତା’ର ଉତ୍ତର ଏଯାଏ ମିଳିନାହିଁ।

କନ୍ଧମାଳର ଗୁମୁଡୁମାହାରେ କେଉଁ ଆଧାରରେ ଆଦିବାସୀଙ୍କୁ ହତ୍ୟା କରାଗଲା ବୋଲି ପ୍ରଶ୍ନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଘଟଣାରେ ଦୋଷୀ କିଏ ତାର କୌଣସି ସୂଚନା ମଧ୍ୟ ମିଳିଲା ନାହିଁ। ଓଡ଼ିଶାରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ କ୍ଷତି ଆଦିବାସୀ ସହୁଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦି ଓଡିଶାର ଆଦିବାସୀ ଭାଇ ଭଉଣୀଙ୍କ ବିକାଶ ପାଇଁ (ଜିଲ୍ଲା ଖଣିଜ ପାଣ୍ଠି) ଡିଏମ୍ଏଫ୍ ଫଣ୍ଡର ବ୍ୟବସ୍ଥା କଲେ।

ଏହି ଫଣ୍ଡରେ ୫ ହଜାର କୋଟି ଟଙ୍କା ଏକାଠି ହେଲା ପରେ ମଧ୍ୟ ଆଦିବାସୀଙ୍କ ବିକାଶ ପାଇଁ ପଇସା ଖର୍ଚ୍ଚ ହୋଇପାରୁନାହିଁ। ମିଛ କହୁଥିବା ଏକ ସରକାର ଶାସନରେ ବସିଥିବାରୁ ଡିଏମଏଫ ଫଣ୍ଡରେ ଥିବା ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଥିଲେ।



from Odisha Reporter http://bit.ly/2HLZxk8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages