ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ କଥା ମାନିଲେ ବୋର୍ଡ କର୍ତ୍ତୃପକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ କଥା ମାନିଲେ ବୋର୍ଡ କର୍ତ୍ତୃପକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌ ରୋକିବା ପାଇଁ ବସିଥିଲା ଘନ ଘନ ବୈଠକ। ଏଥିପାଇଁ କରାଯାଇଥିଲା ବ୍ୟାପକ ବନ୍ଦୋବସ୍ତ। ଏହା ସତ୍ତ୍ୱେ ଆଜି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ୍‌ ହୋଇଛି। ଏହି ଘଟଣାକୁ ସ୍ୱୀକାର କରିଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଚଳିତବର୍ଷ ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ମ୍ୟାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି। ନିର୍ଦ୍ଧାରିତ ସମୟରେ ଆଜି ମାତୃଭାଷା ଓଡ଼ିଆ ପରୀକ୍ଷା ଚାଲିଥିଲା। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋଶାଲ୍‌ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲୁଥିଲା। ଭାଇରାଲ୍‌ ହୋଇଥିବା ପ୍ରଶ୍ନପତ୍ର ଓ ଅରିଜିନାଲ୍‌ ପ୍ରଶ୍ନପତ୍ର ମେଳ ଖାଉଥିବା ଦେଖିବାକୁ ମିଳୁଛି।

ନୂଆପଡ଼ାରେ ପ୍ରଥମେ ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବା ଅଭିଯୋଗ ଆସିଥିଲା। ଏହାପରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ବୁଲୁଥିବା ଅଭିଯୋଗ ହୋଇଥିଲା। ପ୍ରଶ୍ନପତ୍ର ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଥିବା ଖବର ପାଇ ପ୍ରଥମ ଦିନର ପରୀକ୍ଷା ଦେଇ ସେଣ୍ଟରରୁ ବାହାରିଥିବା ପରୀକ୍ଷାର୍ଥୀ ଚିନ୍ତା ବ୍ୟକ୍ତ କରିଛନ୍ତି। ବର୍ଷ ଯାକର ପରିଶ୍ରମ କାଳେ ବ୍ୟର୍ଥ ହୋଇଯିବ ସେ ଚିନ୍ତା ଏବେ ପିଲାଙ୍କୁ ଘାରିଛି।

ଅନ୍ୟପଟେ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଅଭିଯୋଗ ସଂପର୍କରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି, “ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ସଂପୂର୍ଣ୍ଣ ଭାବେ ବାରଣ ହୋଇଛି। ତେଣୁ ଏମିତି କିଛି ହୋଇନଥିବ।”

ସେପଟେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା କୁ ସ୍ୱୀକାର କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ବୋର୍ଡ ସଭାପତି ଜାହାନ ଆରା ବେଗମ୍‌ କହିଛନ୍ତି, କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଛି, ତାହାର ତଦନ୍ତ କରାଯିବ।”

ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ପରେ ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି AIDSO। ବୋର୍ଡ ଅଫିସ ଆଗରେ ଛାତ୍ର ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛି।



from Odisha Reporter https://ift.tt/2SVxWCc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages