
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ସମୟରେ ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର୍ ମହେନ୍ଦ୍ର ସିଂହ ଧୋନିଙ୍କ ଭିଡିଓ ଭାଇରାଲ୍ ହୋଇଛି। କେତେବେଳେ ସେ ଆଖି ପିଛୁଳାକେ ଷ୍ଟମ୍ପିଂ କରିବାର ଭିଡିଓ ଭାଇରାଲ୍ ହୋଇଛି ତ କେତେବେଳେ ଝିଅ ସହ ଖେଳିବାର ଭିଡିଓ ଭାଇରାଲ୍ ହୋଇଛି। ଗତକାଲିଠୁ ତାଙ୍କର ଆଉ ଏକ ଭିଡିଓ ଭାଇରାଲ୍ ହେଉଛି। ଏ ଭିଡିଓ ଯିଏ ଦେଖିଛି ସେ ଧୋନିଙ୍କୁ ତାଙ୍କ ଉପସ୍ଥିତ ବୁଦ୍ଧି ପାଇଁ ପ୍ରଶଂସା କରୁଛି।
ଏ ଭିଡିଓଟିକୁ ଗତକାଲି ଖେଳାଯାଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ବେଳେ ଉତ୍ତୋଳନ କରାଯାଇଛି। ଭିଡିଓଟିକୁ ଧୋନିଙ୍କର ଜଣେ ଫ୍ୟାନ୍ ତାଙ୍କ ଟ୍ୱିଟର ପେଜ୍ରେ ପୋଷ୍ଟ୍ କରିବା ପରେ ତାହା ଭାଇରାଲ୍ ହୋଇଥିଲା।
ହାମିଲଟନ୍ରେ ଏହି ମ୍ୟାଚ୍ ଚାଲିଥିବା ବେଳେ ଧୋନିଙ୍କ ଜଣେ ଫ୍ୟାନ୍ ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ହଠାତ୍ ପଡ଼ିଆ ଭିତରକୁ ଚାଲି ଆସିଥିଲେ। ସେତେବେଳେ ଟିମ୍ ଇଣ୍ଡିଆ ଫିଲ୍ଡିଂ କରୁଥିଲା। ଯୁବକ ଜଣଙ୍କ ଦୌଡ଼ି ଦୌଡ଼ି ଆସି ଧୋନିଙ୍କ ପାଦକୁ ସ୍ପର୍ଶ କରିଥିଲେ। ଏହି ସମୟରେ ତାଙ୍କ ହାତରେ ଭାରତର ଜାତୀୟ ପତାକା ଥିଲା। ସେ ଧୋନିଙ୍କ ପାଦ ସ୍ପର୍ଶ କରୁଥିବା ବେଳେ ଜାତୀୟ ପତାକା ଭୂଇଁରେ ଲାଗି ଯାଇଥିଲା। ଏହା ଧୋନିଙ୍କ ଦୃଷ୍ଟିକୁ ଆସିଥିଲା। ସେ ସଙ୍ଗେ ସଙ୍ଗେ ତ୍ରିରଙ୍ଗାକୁ ଉକ୍ତ ଯୁବକଙ୍କ ହାତରୁ ଛଡ଼ାଇ ନେଇଥିଲେ। ତ୍ରିରଙ୍ଗା ଯେପରି ଆଉ ଥରେ ତଳେ ନ ଲାଗେ, ସେଥିପାଇଁ ସେ ସେମିତି କରିଥିଲେ। ତାଙ୍କର ଏତାଦୃଶ୍ୟ କାର୍ଯ୍ୟକୁ ଭାଷ୍ୟକାର ବି ପ୍ରଶଂସା କରିଥିଲେ।
Firstly Dhoni Gives Respect to the National Flag..
Tiranga Hamari Jaan Hai,
Dhoni Hamara Shaan Hai.@msdhoni MSD
pic.twitter.com/iCad9EZbLI
— ಅಕ್ಷಯ್ अक्षय Akki
(@AkshayVandure1) February 11, 2019
ଭିଡିଓଟି ଟ୍ୱିଟ୍ର ପେଜ୍ରେ ପୋଷ୍ଟ୍ ହେବା ପରେ ସମସ୍ତେ ଧୋନିଙ୍କୁ ପ୍ରଶଂସା କରିଛନ୍ତି। ଜଣେ ଲେଖିଛନ୍ତି, ଅନେକ କ୍ରିକେଟର ଆସିବେ ଓ ଯିବେ, କିନ୍ତୁ ଧୋନିଙ୍କ ଭଳି କେହି ହେବେନି। ଆଉ ଜଣେ ଲେଖିଛନ୍ତି, ଧୋନି ଦେଶକୁ ପ୍ରକୃତ ସମ୍ମାନ ଦେଇଛନ୍ତି।
When a fan tried to touch feet of Dhoni, he first took the flag from him so that it doesn’t touch the floor.
This might look like funny , but this is very very deep
#Thala#MSDhoni
#MSD
#Dhoni
#INDvNZ #Dhoni300 pic.twitter.com/CK2ShKMyJP
— Hemanth Kumar (@hemanth_Vit) February 10, 2019
ଗତକାଲି ମ୍ୟାଚ୍ରେ ଭାରତ ହାରି ଯାଇଥିଲା। ଏହା ସହିତ ଦଳ ୨-୧ରେ ଟି-ଟ୍ୱେଣ୍ଟି ସିରିଜ୍ ହାରି ଯାଇଛି। ଗତକାଲି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ଖେଳି ୪ ୱିକେଟ୍ ହରାଇ ୨୧୨ ରନ୍ କରିଥିଲା। ଜବାବରେ ଭାରତ ନିର୍ଦ୍ଧାରିତ ଓଭର ମଧ୍ୟରେ ୨୦୮ ରନ୍ କରିଥିଲା।
from Odisha Reporter http://bit.ly/2E2xDwz





No comments:
Post a Comment