ଉରୀ ସେନା କ୍ୟାମ୍ପ ନିକଟରେ ବୁଲୁଥିଲେ ସନ୍ଦିଗ୍ଧ, ଦେଖି ଦେଲେ ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ଉରୀ ସେନା କ୍ୟାମ୍ପ ନିକଟରେ ବୁଲୁଥିଲେ ସନ୍ଦିଗ୍ଧ, ଦେଖି ଦେଲେ ଯବାନ

army

ଶ୍ରୀନଗର: ଜମ୍ମୁ-କଶ୍ମୀରର ଉରୀ ସେକ୍ଟରରେ ଥିବା ସେନାର ମୋହରା କ୍ୟାମ୍ପ ନିକଟରେ ଦୁଇ ଜଣ ସନ୍ଦିଗ୍ଧ ବୁଲୁଥିବା ଦେଖିବାକୁ ମିଳିଛି। ଆଜି ଭୋର ପ୍ରାୟ ୩ଟା ସମୟରେ ସନ୍ଦିଗ୍ଧମାନେ ବୁଲୁଥିବା ବେଳେ ସୁରକ୍ଷାକର୍ମୀଙ୍କ ନଜରକୁ ଆସିଥିଲେ। ଏହାପରେ ଯବାନମାନେ ଫାୟରିଂ ଆରମ୍ଭ କରି ଦେଇଥିଲେ। ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳି ନଥିଲେ ବି କିଛି ଲୋକ ଆହତ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ସନ୍ଦଗ୍ଧଙ୍କୁ ଦେଖାଯିବା ପରେ ପୂରା ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ଲାଇନ୍‌ ଅଫ୍‌ କଣ୍ଟୋଲ୍‌ ନିକଟରେ ଥିବା ଏହି ସେନା କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଆତଙ୍କୀମାନେ ଏହି କ୍ୟାମ୍ପ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲେ। ଭୋର ସମୟରେ ଯବାନମାନେ ଶୋଇଥିବା ବେଳେ ଆତଙ୍କବାଦୀମାନେ ହଠାତ୍‌ ଆକ୍ରମଣ କରି ଦେଇଥିଲେ। ଏଥିରେ ୧୯ ଜଣ ଯବାନ ସହିଦ ହୋଇଯାଇଥିଲେ। ଏହାସହ ସେନାର ପାଲଟା ଆକ୍ରମଣରେ ସମସ୍ତ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପଛରେ ପାକିସ୍ତାନର ହାତଥିବା ଜଣାପଡ଼ିଥିଲା। ଏହାକୁ ନେଇ ପାକିସ୍ତାନ ବିଶ୍ୱ ସରବାରରେ ବହୁ ନିନ୍ଦିତ ହୋଇଥିଲା।

ପରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍‌ କରି ଏହି ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଥିଲା। ପାକିସ୍ତାନ ସୀମାରେ ପଶି ଭାରତୀୟ ଯବାନମାନେ ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିବା ସହ ସୁରକ୍ଷିତ ଦେଶକୁ ଫେରି ଆସିଥିଲେ।



from Odisha Reporter http://bit.ly/2N3F6OQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages