ନ୍ୟୁଜିଲ୍ୟାଣ୍ଡ ମହିଳା ଟିମ୍‌ର ସାନ୍ତ୍ୱନା ମୂଳକ ବିଜୟ, ଭାରତର ସିରିଜ ଦଖଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ନ୍ୟୁଜିଲ୍ୟାଣ୍ଡ ମହିଳା ଟିମ୍‌ର ସାନ୍ତ୍ୱନା ମୂଳକ ବିଜୟ, ଭାରତର ସିରିଜ ଦଖଲ

ହ୍ୟାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ ପୁରୁଷଙ୍କ ଭଳି ମହିଳା ଟିମ୍‌ ମଧ୍ୟ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ହାରିବା ପରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ ପୁରୁଷ ଟିମ୍‌ ହ୍ୟାମିଲଟନ୍‌ରେ ଭାରତୀୟ ପୁରୁଷ ଦଳକୁ ୪ର୍ଥ ଦିନିକିଆରେ ୮ ୱିକେଟ୍‌ରେ ପରାସ୍ତ କରିଥିଲା।

ଆଜି ସେଇ ହ୍ୟାମିଲଟନ୍‌ରେ ଭାରତୀୟ ମହିଳା ଦଳକୁ ନ୍ୟୁଜିଲ୍ୟାଣ୍ଡ ମହିଳା ଦଳ ସମାନ ୮ ୱିକେଟରେ ହରାଇଛି। ନ୍ୟୁଜିଲ୍ୟାଣ୍ଡ ମହିଳା ଦଳ ମ୍ୟାଚ୍‌ ଜିତିଥିଲେ ହେଁ ମିତାଲି ରାଜଙ୍କ ଟିମ୍‌ ଇଣ୍ଡିଆ ୨-୧ରେ ସିରିଜ୍‌ ଜିତି ନେଇଛି। କାରଣ ୩ଟିକିଆ ଦିନିକିଆ ସିରିଜ୍‌କୁ ଟିମ୍‌ ଇଣ୍ଡିଆର ମହିଳା ଦଳ ଆଗୁଆ ୨-୦ରେ କବଜା କରି ନେଇଥିଲା।

ଆଜି ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ଭାରତୀୟ ମହିଳା ଦଳକୁ ବ୍ୟାଟିଂ କରିବାକୁ କହିଥିଲା। ତେବେ ଭାରତୀୟ ଟିମ୍‌ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୧୪୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଦୀପ୍ତି ଶର୍ମା ର୍ହି ସର୍ବାଧିକ ୫୨ ରନ୍‌ କରିପାରି ଥିଲେ।

୧୫୦ ରନ୍‌ର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲ୍ୟାଣ୍ଡ ମାତ୍ର ଦୁଇଟି ୱିକେଟ୍‌ ହରାଇ ୨୦.୪ ଓଭର୍‌ରେ ହାସଲ କରି ନେଇଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସୁଜି ବେଟସ ୫୭ ରନ କରିଥିବା ବେଳେ ଆମି ସଦରୱେଟ୍‌ ୬୬ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।



from Odisha Reporter http://bit.ly/2DOOH92

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages