
ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ହମ୍ଲାର ପ୍ରତିଶୋଧ ନେବାକୁ ଆଜି ଭୋରରୁ ଭାରତୀୟ ବାୟୁ ସେନାର ବିମାନ ପାକିସ୍ତାନରେ ପଶି ବାଲାକୋଟରେ ଜୈଶ କ୍ୟାମ୍ପ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି।
ଏହି ସମୟରେ ଏଠାରେ ଥିବା କ୍ୟାମ୍ପ ଗୁଡ଼ିକରେ ପ୍ରାୟ ୩୫୦ ଜଣ ଆତଙ୍କବାଦୀ ଥିବାର ସୂଚନା ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ ଏହି ଆତଙ୍କବାଦୀମାନେ ପୂର୍ବରୁ ଏହି ବାଲାକୋଟ କ୍ୟାମ୍ପରେ ରହୁ ନଥିଲେ। ଏମାନେ ମାତ୍ର କିଛି ଦିନ ପୂର୍ବରୁ ଭାରତ ପଟୁ ଆକ୍ରମଣ ଭୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରୁ ଖସି ଆସି ସୁରକ୍ଷିତ ରହଣି ପାଇଁ ଏଠାରେ ଥିବା ‘ଫାଇଭ ଷ୍ଟାର’ ଜୈଶ କ୍ୟାମ୍ପକୁ ଆସିଥିଲେ।
ଏହିଁ ଆତଙ୍କବାଦୀଙ୍କ ସହିତ ସେମାନଙ୍କ ଟ୍ରେନର ମଧ୍ୟ ଏଠାରେ ଆଶ୍ରୟ ନେଇଥିଲେ। ପୁଲୱାମା ଆକ୍ରମଣ ପରେ ଭାରତର ଦମ୍ଭ ଦେଖି ଏହି ଆତଙ୍କବାଦୀମାନେ ଡରି ଯିବା ସହ ଖାଇବର ପାଖତୁନୱା ସ୍ଥିତ ପାହାଡ଼ ଉପରେ ଥିବା କ୍ୟାମ୍ପକୁ ଚାଲି ଆସିଥିଲେ। ସୂଚନା ଅନୁସାରେ, ଭାରତୀୟ ଯୁଦ୍ଧ ବିମାନ ଆକ୍ରମଣ କରିବା ବେଳେ କ୍ୟାମ୍ପ ମଧ୍ୟରେ ୩୨୫ ଜଣ ଆତଙ୍କବାଦୀ ଓ ସେମାନଙ୍କର ୨୫ରୁ ୨୭ ଜଣ ଟ୍ରେନର ରହିଥିଲେ।
ଏହି ଟ୍ରେନ୍ରମାନେ ହିଁ ଆତଙ୍କୀମାନଙ୍କୁ ଆତ୍ମଘାତୀ ହମ୍ଲା କରିବାକୁ ଟ୍ରେନିଂ ଦେଇଥାଆନ୍ତେ। ଆକ୍ରମଣ ବେଳେ ସମସ୍ତ ଆତଙ୍କବାଦୀ ଗଭୀର ନିଦ୍ରାରେ ଥିଲେ। ଭାରତୀୟ ବାୟୁସେନାର ୧୨ଟି ମିରାଜ-୨୦୦୦ ଯୁଦ୍ଧ ବିମାନ ପାକିସ୍ତାନରେ ପ୍ରବେଶ କରିଥିଲେ ହେଁ ଦେଶର ପ୍ରତିରକ୍ଷା ବିଭାଗ ଏ ସମ୍ପର୍କରେ ଜାଣି ପାରି ନଥିଲା। ଏହା ପଛରେ ମଧ୍ୟ ଯଥେଷ୍ଟ କାରଣ ରହିଛି।
ପୂର୍ବରୁ ଭାରତ ଯେଉଁ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା, ସେଇଟା ପିଓକେରେ ହୋଇଥିଲା। ତେଣୁ ପାକିସ୍ତାନ ସରକାର ଭାବିଥିଲା, ଏଥର ମଧ୍ୟ ଭାରତ ପିଓକେରେ ଷ୍ଟ୍ରାଇକ୍ କରିବ। କିନ୍ତୁ ସମସ୍ତଙ୍କୁ ଜଳକା କରି ଭାରତ ପାକିସ୍ତାନର ସବୁଠାରୁ ସୁରକ୍ଷିତ ବାଲାକୋଟ କ୍ୟାମ୍ପ ଉପରେ ହିଁ ଆକ୍ରମଣ କରିଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୁଇନ୍ଦା ବିଭାଗ ହିଁ ପ୍ରଥମେ ଆତଙ୍କବାଦୀଙ୍କ ଏକ ବଡ଼ ଗ୍ରୁପ ପିଓକେରୁ ବାଲାକୋଟ କ୍ୟାମ୍ପକୁ ସ୍ଥାନାନ୍ତର ହୋଇଥିବା ସୂଚନା ଦେଇଥିଲା। ଏଠାରେ ୫୦୦ରୁ ୭୦୦ ଲୋକ ରହିବାର ବ୍ୟବସ୍ଥା ରହିଛି। ଏହାପରେ ହିଁ ବାୟୁସେନା ପକ୍ଷରୁ ଉକ୍ତ କ୍ୟାମ୍ପ ଉପରେ ବୋମାବର୍ଷଣ କରାଯାଇଥିଲା।
from Odisha Reporter https://ift.tt/2H2SCkD
No comments:
Post a Comment