ଟାଇଟ୍‌ ପୋଷାକ ପିନ୍ଧୁଛନ୍ତି କି ? ପଡ଼ିପାରନ୍ତି ଅସୁବିଧାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଟାଇଟ୍‌ ପୋଷାକ ପିନ୍ଧୁଛନ୍ତି କି ? ପଡ଼ିପାରନ୍ତି ଅସୁବିଧାରେ

geans

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ଟାଇଟ୍‌ ଡ୍ରେସ୍‌ ପିନ୍ଧିବାକୁ ଭଲ ପାଆନ୍ତି। ବିଶେଷକରି ଝିଅମାନେ ନିଜ ମୋଟାପଣ  ଲୁଚାଇବା ପାଇଁ ଟାଇଟ୍‌ ଡ୍ରେସ୍, ଟାଇଟ୍‌ ଜିନ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଏପରି ଡ୍ରେସ୍‌ରେ  ଆପଣ ସ୍ମାର୍ଟ ଓ ସୁନ୍ଦର ଲାଗୁଥାଇ ପାରନ୍ତି। କିନ୍ତୁ ସାବଧାନ ! ପୋଷାକ ପିନ୍ଧିବାର ଏପରି ଶୈଳୀ ଯୋଗୁ ଆପଣ ରୋଗରେ ବି ପଡ଼ି ପାରନ୍ତି।  ଏହା -ରା ଇଷ୍ଟି ଇନ୍‌ଫେକ୍‌ସୱନ୍‌, ପେଟ ଓ ପିଠି ଯନ୍ତ୍ରଣା ପରି ଅନେକ ରୋଗରେ ପଡ଼ି ପାରନ୍ତି।

ତେଣୁ ଡ୍ରେସ୍‌ କିଣିବା କିମ୍ବା ତାହାକୁ ଫିଟିଂ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। କାରଣ ପୋଷାକ ସୁନ୍ଦର ଦିଶିବା ସହ  ଆରାମଦାୟକ ମଧ୍ୟ ହେବା ଦରକାର।  ଆସନ୍ତୁ ଜାଣିବା ଟାଇଟ୍‌ ପୋଷାକ ପିନ୍ଧିବା ଦ୍ୱାରା କ’ଣ ଅସୁବିଧା ହୋଇଥାଏ।

ବଡି ପୋଶ୍ଚର ଖରାପ ହୋଇଥାଏ: ଟାଇଟ୍‌ ଜିନ୍ସ, ସ୍କର୍ଟ ପିନ୍ଧିଲେ କେବଳ ଚଲାବୁଲା କରିବାରେ ଅସୁବିଧା ହୋଇନଥାଏ ବରଂ ଆପଣଙ୍କ ବଡ଼ି ସେପ୍‌  ଖରାପ ହୋଇଯାଇଥାଏ।

ଇଷ୍ଟ୍‌ ନ୍‌ଫେକସନ୍‌ ବିପଦ:  ଟାଇଟ୍‌ ଜିନ୍ସ ପିନ୍ଧିବା ଦ୍ୱାରା ପ୍ରାଇଭେଟ୍‌ ପାର୍ଟ୍‌ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହା କ୍ୟାଣ୍ଡିଡା ଇଷ୍ଟ୍‌ ଇନ୍‌ଫେକସନ୍‌  ବିପଦକୁ ବଢ଼ାଇ ଦେଇଥାଏ। ଏ‍ଥିଯାଗୁ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖା ଦେଇଥାଏ। ପୁରୁଷମାନଙ୍କ କ୍ଷେତ୍ରରେ ଏହି ଇନ୍‌ଫେକ୍‌ସନ୍‌ର ଭୟ ବେଶି ଥାଏ। କାରଣ ସେମାନେ ଅଧିକ ଟାଇଟ୍‌ ଜିନ୍ସ ପିନ୍ଧିଥାନ୍ତି।

 ପିଠି, ପେଟ ଦରଜ ବଢେ:  ଲୋ ୱେଷ୍ଟ୍‌ ଜିନ୍ସ ପିନ୍ଧୁଥିଲେ ସାବଧାନ ! ଏହା ପେଟ ଓ ପେଟ ଦରଜକୁ ବଢାଇ ଦେଇଥାଏ। ସେତିକି ନୁହେଁ, ଏଥ‍ଯୋଗୁ ତ୍ୱଚା ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ ହୋଇଥାଏ। ଟାଇଟ୍‌ ଜିନ୍ସ ବ୍ଲଡ୍‌ ସର୍କ୍ୟୁଲେସନ୍‌ ଓ ନର୍ଭସ୍‌ ସିଷ୍ଟମକୁ ବି ପ୍ରଭାବିତ କରିଥାଏ।

ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା: ଟାଇଟ୍‌ ପୋଷାକ ପିନ୍ଧିବା ଦ୍ୱାରା ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ବେଳେବେଳେ ଅଧିକ ସମୟ  ଟାଇଟ୍‌  ପୋଷାକ ପିନ୍ଧି ରହିଲେ ବେହୋସ୍‌ ହୋଇଯିବାର ଭୟ ରହିଛି । ଟାଇଟ୍‌ ଜିନ୍ସ କିମ୍ବା ଲେଗିନ୍ସ ପିନ୍ଧିବା ଦ୍ୱାରା ପେଟ ଉପରେ ପ୍ରଭାବ ପଡ଼ିଥାଏ।  ଏହା ଦ୍ୱାରା ଖାଦ୍ୟନଳୀରେ ଏସିଡ୍‌ ହୋଇଯାଏ।  ମନ ବି ଅଶାନ୍ତ ରୁହେ।

ମାଂସପେଶୀ ଉପରେ କୁପ୍ରଭାବ:  ଅଧିକ ସମୟ ପର୍ଯ୍ୟନ୍ତ ଟାଇଟ୍‌ ପ୍ୟାଣ୍ଟ୍‌ ପିନ୍ଧିବା ଦ୍ୱାରା ସ୍ପାଇନାଲ୍‌ କର୍ଡ ତଥା ବ୍ୟାକ୍‌ବୋନ୍‌,  ପେଟ ଓ ଅଣ୍ଟାର ତଳଭାଗ ମାଂସପେଶୀ ଦୁର୍ବଳ ହୋଇ ଯାଇଥାଏ। ଏଥିଯୋଗୁ ଦରଜ ଅନୁଭୂତ ହୁଏ।

 

 



from Odisha Reporter https://ift.tt/2tMHhxr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages