ବାହାଘରର ୧୮ ଦିନ ପୂର୍ବରୁ ଘରକୁ ଫେରିଲା ପାର୍ଥିବ ଶରୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ବାହାଘରର ୧୮ ଦିନ ପୂର୍ବରୁ ଘରକୁ ଫେରିଲା ପାର୍ଥିବ ଶରୀର

chitresh

ଡେରାଡୁନ୍‌: ବିବାହ ସ୍ଥିର ହୋଇସାରିଥିଲା। ମାର୍ଚ୍ଚ ୭ ତାରିଖରେ ସେ ହାତକୁ ଦି’ହାତ ହୋଇଥାଆନ୍ତେ। ଏଥିପାଇଁ ତାଙ୍କ ଘରେ ଓ ଝିଅ ଘରେ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଥିଲା। ତେବେ ବିଧିର ବିଧାନ ଥିଲା ଅଲଗା। ଗତ ଶନିବାର ସେ ସହିଦ ହୋଇଗଲେ। ଜମ୍ମୁ-କଶ୍ମୀରର ରଜୌରୀର ନୌଶେରା ସେକ୍ଟରରେ ଠାବ କରାଯାଇଥିବା ଇମ୍ପ୍ରୋଭାଇଜ୍‌ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି)କୁ ନିଷ୍କ୍ରିୟ କଲା ବେଳେ ତାହା ବିସ୍ଫୋରଣ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଭାରତ ମା’ର ଏହି ବୀର ଯୋଦ୍ଧାଙ୍କ ନାଁ ଚିତ୍ରେଶ ବିଶ୍ଟ। ସେ ଭାରତୀୟ ସେନାରେ ମେଜର ପଦବୀରେ ଥିଲେ। ତାଙ୍କୁ ମାତ୍ର ୩୧ ବର୍ଷ ହୋଇଥିଲା।

ଚିତ୍ରେଶଙ୍କ ଘର ଉତ୍ତରାଖଣ୍ଡର ଡେରାଡୁନ୍‌ରେ। ଆଜି ସକାଳେ ତାଙ୍କ ପାର୍ଥିବ ଶରୀରକୁ ଡେରାଡୁନ୍ ଅଣାଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଛି। ତାଙ୍କର ଶେଷ ଦର୍ଶନ କରିବାକୁ ଓ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ସେମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ମଧ୍ୟ ଉପସ୍ଥିତ ଥିଲେ।

ଚିତ୍ରେଶ ଓ ତାଙ୍କ ଟିମ୍ ଗୋଟିଏ ଆଇଇଡିକୁ ନିଷ୍କ୍ରିୟ କରି ଦେଇଥିଲେ। ତେବେ ସେହି ସମୟରେ ଆଉ ଗୋଟିଏ ଆକ୍ଟିଭ୍ ହୋଇଯାଇଥିଲା ଓ ଫୁଟି ଯାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହଯୋଗୀମାନେ ଆହତ ହୋଇଛନ୍ତି।

ଏହି ଘଟଣାର ୪୮ ଘଣ୍ଟା ପୂର୍ବରୁ ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଥିଲେ।



from Odisha Reporter http://bit.ly/2UYHDfQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages