କୋରାପୁଟରେ ଚିନ୍ତା ବଢ଼ାଉଛି କୁଷ୍ଠ ରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

କୋରାପୁଟରେ ଚିନ୍ତା ବଢ଼ାଉଛି କୁଷ୍ଠ ରୋଗ

koraput

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ୨୦୦୫ରେ କୁଷ୍ଠ ରୋଗ ସମ୍ପୂର୍ଣ୍ଣ ମୂଳପୋଛ ହୋଇଗଲା ବୋଲି ଘୋଷଣା ହୋଇଥିଲା। ହେଲେ ଆଜି ବି କୁଷ୍ଠ ରୋଗ ରହିଛି ଓ ଏହା ବଢ଼ିବାରେ ଲାଗିଥିବା ଜଣାପଡ଼ିଛି। କେବିକେ ଅଞ୍ଚଳକୁ ଗଲେ ଏ ବିଷୟରେ ଜାଣି ହେଉଛି।  ବିଶେଷ କରି କୋରାପୁଟ ଜିଲ୍ଲାରେ କୁଷ୍ଠରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଗତ ୩ ବର୍ଷରେ ସରକାରୀ ରେକର୍ଡ ଅନୁସାରେ ରାଜ୍ୟରେ କୁଷ୍ଠରୋଗୀଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ସରକାରୀ ରେକର୍ଡକୁ ଆଧାର କରି ପ୍ରକାଶିତ ଏକ ଆକଳନ ଅନୁସାରେ, ଓଡ଼ିଶାରେ ୨୦୧୬ରେ ଯେତିକି କୁଷ୍ଠ ରୋଗୀ ଥିଲେ, ୨୦୧୮ରେ ତାହା ୩୦୦ ବଢିଛି।

ସେହିପରି କୋରାପୁଟ ଜିଲ୍ଲାରେ ଗତ ୧୦ ବର୍ଷର ତଥ୍ୟକୁ ଦେଖିଲେ ଜଣାପଡୁଛି, ଏହା ବଢ଼ିବାରେ ଲାଗିଛି। ତଥ୍ୟ କହୁଛି, ୨୦୦୯ରେ ପ୍ରତି ୧୦ ହଜାର ଜନସଂଖ୍ୟାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ୧୫୫ ଥିଲା। ଯାହା ବଢ଼ି ୨୦୧୯ ଜାନୁଆରୀ ସୁଦ୍ଧା ୨୫୧ରେ ପହଞ୍ଚି ଯାଇଛି। ଏକଥାକୁ ନିଜେ କୋରାପୁଟ ସିଡିଏମ୍ଓ ଲଳିତ କୁମାର ରଥ ମଧ୍ୟ ସ୍ୱୀକାର କରିଛନ୍ତି।

ସେ କହିଛନ୍ତି, “୨୦୦୫ରେ କୁଷ୍ଠ ରୋଗ ମୂଳପୋଛ ହୋଇଗଲା ବୋଲି ଘୋଷଣା କରାଯାଇଥିଲା। ହେଲେ କିଛି କୁଷ୍ଠରୋଗୀ ଲୁକାୟିତ ଭାବେ ରହି ଯାଇଥିଲେ। ଏବେ ଘରକୁ ଘର ବୁଲି କୁଷ୍ଠରୋଗୀ ଚିହ୍ନଟ ପ୍ରକ୍ରିୟା କରିବା ବେଳେ କିଛି କିଛି ରୋଗୀ ନଜରକୁ ଆସୁଛନ୍ତି।”

ଜିଲ୍ଲା କୁଷ୍ଠ ରୋଗ ଅଧିକାରୀ ଅନୀଲ କୁମାର ସାହୁ କହିଛନ୍ତି, “ଏଠାରେ କିଛି କେସ୍‌ ଲୁକାୟିତ ହୋଇ ରହିଛି। ୩ରୁ ୪ ବର୍ଷ ମଧ୍ୟରେ କିଛି ନୂଆ କେସ୍‌ ନଜରକୁ ଆସିଛି।”

ଧୀରେ ଧୀରେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ କୁଷ୍ଠ ନିରାକରଣ ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥାମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନଙ୍କର କହିବା କଥା ହେଲା, ୨୦୦୫ରେ ଏହି ରୋଗ ମୂଳପୋଛ ହେଲା ବୋଲି ସରକାରୀ ସ୍ତରରେ ଘୋଷଣା ହେବା ପରେ ସଚେତନତା କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ଫଳରେ ଆଦିବାସୀ ଅଞ୍ଚଳରେ ସାକ୍ଷରତା ହାର କମ୍ ଥିବାରୁ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢୁଛି।



from Odisha Reporter https://odishareporter.in/odisha/number-of-leprosy-patient-increase-creat-headache-for-koraput-administration-341548

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages