
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସିବିଆଇ ତଦନ୍ତର ଗତିରୋଧକୁ ନେଇ ବିବାଦ ତେଜିବାରେ ଲାଗିଛି । ରାଜ୍ୟ ସରକାରଙ୍କ ବିରୋଧରେ ସିବିଆଇ ଆବେଦନକୁ ଗ୍ରହଣ କରି ମାମଲାର ଆସନ୍ତାକାଲି ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି। ତେବେ ଏସ୍ଆଇଟି ତଦନ୍ତ ବେଳେ ପ୍ରମାଣ ନଷ୍ଟର କୌଣସି ଦୃଷ୍ଟାନ୍ତ ନଥିବା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି। ସିବିଆଇ ଦର୍ଶାଯାଇଥିଲା ଯେ,କୋଲ୍କାତା ପୁଲିସ କମିସନର୍ ରାଜୀବ କୁମାରଙ୍କୁ ବହୁଥର ସମନ୍ ଦିଆଯାଇଛି। କିନ୍ତୁ ସେ କୌଣସି ଉତ୍ତର ନ ଦେଇ ତଦନ୍ତରେ ବାଧା ସୃଷ୍ଟି କରିଛନ୍ତି।
ସିବିଆଇ ତରଫରୁ ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ସୁପ୍ରିମ୍ କୋର୍ଟରେ ହାଜର ହୋଇ କହିଥିଲେ ଯେ, ସିବିଆଇ ଟିମ୍କୁ ଗିରଫ କରାଯାଇ ହାଜତରେ ରଖାଯାଇଥିଲା। ତେଣୁ କୋଲକାତା ପୁଲିସ କମିଶନର ରାଜୀବ କୁମାର ତୁରନ୍ତ ଆତ୍ମସମର୍ପଣ କରନ୍ତୁ। ରାଜନେତାଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଧାରଣାରେ ବସିବା ଦୁର୍ଭାଗ୍ୟଜନକ ବୋଲି ସିବିଆଇ କହିଛି । ସେପଟେ ସିବିଆଇ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣା ଜାରି ରଖିଛନ୍ତି।
ମେଟ୍ରୋ ଚ୍ୟାନେଲରେ ମମତା ଗତ ରାତିରୁ ଧାରଣାରେ ବସିଛନ୍ତି। ଅନ୍ୟପକ୍ଷରେ ରାଜ୍ୟବ୍ୟାପୀ ତୃଣମୂଳ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ବିଏସ୍ପି ନେତ୍ରୀ ମାୟାବତୀ ପ୍ରମୁଖ ମମତାଙ୍କୁ ସମର୍ଥନ କରିଛନ୍ତି।
from Odisha Reporter http://bit.ly/2WCqYQJ
No comments:
Post a Comment