ଆତଙ୍କବାଦ ବିରୋଧରେ ଏକାଠି ହେଲେ ସବୁ ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ଆତଙ୍କବାଦ ବିରୋଧରେ ଏକାଠି ହେଲେ ସବୁ ଦଳ

ନୂଆଦିଲ୍ଲୀ: ଗୁରୁବାର ପୁଲ୍‌ୱାମାଠାରେ ସିଆରପିଏଫ୍‌ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଡାକରାରେ ସର୍ବଦଳୀୟ କମିଟିର ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି। ଏହି ବୈଠକରେ ପୁଲ୍‌ୱାମା ଆକ୍ରମଣକୁ କଡ଼ା ନିନ୍ଦା କରାଯିବା ସହିତ ସୀମାପାରରୁ ଯେଉଁଭଳି ଭାବରେ ଆତଙ୍କବାଦକୁ ସମର୍ଥନ ମିଳୁଛି ତାହାକୁ ମଧ୍ୟ ନିନ୍ଦା କରାଯାଇଛି।

ଏହାକୁ ଏକ ଘୃଣ୍ୟ ଆକ୍ରମଣ କୁହାଯିବା ସହ ଏହି ସଂକଳ୍ପରେ କୁହାଯାଇଛି, ଭାରତ ସୀମାପାର ଆତଙ୍କବାଦକୁ ନେଇ ଗତ ୩ ଦଶନ୍ଧି ଧରି ସଂଘର୍ଷ କରିଆସୁଛି। ସୀମା ଆରପାରିରୁ ଆତଙ୍କବାଦକୁ ସମର୍ଥନ ମିଳୁଥିବାରୁ ଏହାର ପ୍ରକୋପ ବଢ଼ିବାରେ ଲାଗିଛି। ଏଭଳି ଆହ୍ୱାନକୁ ଆମ ଦେଶ ନିରନ୍ତର ମୁକାବିଲା କରିଆସିଛି। ଦେଶର ଅଖଣ୍ଡତା ବଜାୟ ରଖିବାରେ ଏବଂ ଆତଙ୍କବାଦୀଙ୍କ ମୁକାବିଲାରେ ଅଦମ୍ୟ ସାହସ ଦେଖାଇଆସିଥିବା ଆମ ବୀର ଯବାନମାନଙ୍କ ସମର୍ଥନରେ ଆମେ ସମସ୍ତେ ଏକାଠି ଅଛୁ।

ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌ କହିଥିଲେ, ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମସ୍ତ ବିରୋଧୀ ଦଳ ସରକାରଙ୍କ ସହିତ ଅଛନ୍ତି। ଏନେଇ ଆମେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଆଲୋଚନା ମଧ୍ୟ କରିଛୁ।

ସେ ଆହୁରି ମଧ୍ୟ କହିଥିଲେ ଯେ, ୧୯୪୭ ପରଠାରୁ କଶ୍ମୀରରେ ଆମେ ସବୁଠାରୁ ଅଧିକ ସଂଖ୍ୟାରେ ଯବାନଙ୍କୁ ହରାଇଛୁ। ସମସ୍ତ ଦଳ, ରାଜନେତା ଏବଂ ଧର୍ମ ଓ ଅଞ୍ଚଳ ନିର୍ବିଶେଷରେ ସମସ୍ତଙ୍କୁ ପୁଲୱାମା ଆକ୍ରମଣ ଘଟଣା ଆଘାତ ପହଞ୍ଚାଇଛି।



from Odisha Reporter http://bit.ly/2X9Xc62

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages