
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଷାକ୍ତ ମଦ ପିଇବାର ୩ ଦିନ ମଧ୍ୟରେ ୪୪ ଜଣ ମୃତ୍ୟୁବରଣ କରିଥିବାର ଖବର ଆସିଛି। କେବଳ ପଶ୍ଚିମ ଉତ୍ତରପ୍ରଦେଶର ସାହାରନ୍ପୁରରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୂର୍ବ ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାରେ ୮ ଜଣଙ୍କର ମୃତ୍ୟୁ ହୋଇଛି।
ପ୍ରାୟ ୨ ଡଜନ ଲୋକ ବର୍ତ୍ତମାନ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଥିବାରୁ ପରବର୍ତ୍ତୀ ସମୟରେ ମୃତକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।
ଉତ୍ତରପ୍ରଦେଶ ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ ସାହାରନ୍ପୁର ଜିଲ୍ଲାର ଏକ ଗାଁର ଲୋକେ ପଡ଼ୋଶୀ ଉତ୍ତରାଖଣ୍ଡର ଏକ ଗାଁକୁ ଏକ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାକୁ ଯାଇଥିବାବେଳେ ଏହି ମଦ ପିଇଥିଲେ ଏବଂ ଜଣେ ବ୍ୟକ୍ତି ଗାଁକୁ ସେହି ମଦ ନେଇ ଆସି ସେଠାରେ ମଧ୍ୟ ବିକ୍ରି କରିଥିଲେ। କୁହାଯାଉଛି, ପ୍ରକୃତରେ ଏହା ବିହାରରେ ପ୍ରସ୍ତୁତ ହୋଇଥିଲା, ଯେଉଁଠାରେ ମଦ ବ୍ୟାନ୍ କରାଯାଇଛି।
ସାହାରନ୍ପୁର ଜିଲ୍ଲା ମାଜିଷ୍ଟ୍ରେଟ୍ ଏକେ ପାଣ୍ଡେ କହିଛନ୍ତି, “ଯଦି ଠିକ୍ ସମୟରେ ଚିକିତ୍ସା ହୋଇପାରିଥାନ୍ତା ମୃତକଙ୍କ ସଂଖ୍ୟା ଟିକେ କମ୍ ରହିଥାନ୍ତା। ଦ୍ୱିତୀୟ କଥା ହେଉଛି ପିଣ୍ଟୁ ନାମକ ଜଣେ ଯୁବକ ସେହି ବିଷାକ୍ତ ମଦର ୩୦ଟି ପାଉଚ୍ ଆଣି ଗାଁରେ ବିକିଥିଲା। ଏଥିରୁ ୨ଟି ପାଉଚ୍ ଜବତ ହୋଇଛି। ଏହି ପାଉଚ୍ ଯିଏ ବି ପିଇଛି ସେ ମୃତ୍ୟୁବରଣ କରିଛି ନଚେତ ଚିକିତ୍ସାଧୀନ ଅଛି।”
ସାହରନ୍ପୁର ଏସ୍ପି କହିଛନ୍ତି, “ମୃତ୍ୟୁ ସଂଖ୍ୟାକୁ ଅସ୍ୱୀକାର କରିବାର କୌଣସି ଅବକାଶ ନାର୍ହି। ସୀମା ଏପାଖେ ହେଉ କିମ୍ବା ସେପାଖେ, ଆମେ ଅଭିଯୁକ୍ତଙ୍କୁ ଯେକୌଣସି ଉପାୟରେ ଧରିବୁ। ସୀମା ଅଞ୍ଚଳ ଉପରେ ଆମେ ଚାପ ପକାଉଛୁ, କାରଣ ଆମ ଅଞ୍ଚଳରେ ଏଭଳି ଅପମିଶ୍ରିତ ମଦ ପ୍ରସ୍ତୁତ ହେଉଥିବା ଆମେ ଜାଣିନାହୁଁ।”
from Odisha Reporter http://bit.ly/2DrE4aD
No comments:
Post a Comment