ଆସନ୍ତାକାଲି ଜିତିଲେ ପାକ୍ ରେକର୍ଡର ସମକକ୍ଷ ହେବ ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଆସନ୍ତାକାଲି ଜିତିଲେ ପାକ୍ ରେକର୍ଡର ସମକକ୍ଷ ହେବ ଟିମ୍‌ ଇଣ୍ଡିଆ

ହ୍ୟାମିଲଟନ୍‌: ଆସନ୍ତାକାଲି ନ୍ୟୁଜିଲ୍ୟାଣ୍ଡକୁ ନିର୍ଣ୍ଣାୟକ ଟି-୨୦ରେ ଟିମ୍‌ ଇଣ୍ଡିଆ ହରାଇ ପାରିଲେ ନୂଆ କୀର୍ତ୍ତିମାନ ସ୍ଥାପନ କରିବ। ଗତ ତେର ମାସ ମଧ୍ୟରେ ସର୍ବାଧିକ ଟି-୨୦ ମ୍ୟାଚ୍‌ ଜିତିବା ତାଲିକାରେ ଏବେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ବର୍ତ୍ତମାନ ସୁଦ୍ଧା ୧୫ଟି ମ୍ୟାଚ୍‌ ଜିତିଛି। ଯଦି ଦଳ ଆସନ୍ତାକାଲି ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦିଏ, ତା’ହେଲେ ବିଜୟ ସଂଖ୍ୟା ୧୬ରେ ପହଞ୍ଚି ଯିବ। ଅର୍ଥାତ ଗୋଟିଏ ବର୍ଷରେ ସର୍ବାଧିକ ଟି-୨୦ ମ୍ୟାଚ୍‌ ଜିତିବା ତାଲିକାର ୧ ନଂ ସ୍ଥାନରେ ଥିବା ପାକିସ୍ତାନ ସହ ଟିମ୍‌ ଇଣ୍ଡିଆ ସମକକ୍ଷ ହୋଇପାରିବ।

ଟିମ୍‌ ଇଣ୍ଡିଆ ୨୦୧୮ ଜାନୁଆରୀ ୧ରୁ ୨୦୧୯ ଫେବୃଆରୀ ୮ ଯାଏ ୨୧ଟି ଟି-୨୦ ମ୍ୟାଚ୍‌ ଖେଳିଛି। ଏଥିରେ ଦଳ ୧୫ଟି ଜିତିଥିବା ବେଳେ ୫ଟିରେ ହାରିଛି। ସେହିପରି ଗୋଟିଏ ମ୍ୟାଚ୍‌ର ଫଳାଫଳ ବାହାରି ପାରି ନାହିଁ। ଅନ୍ୟପକ୍ଷରେ ପାକିସ୍ତାନ ଏହି ସମୟ ସୀମା ମଧ୍ୟରେ ୧୯ଟି ଟି-୨୦ରୁ ୧୬ଟିରେ ଜିତିଥିବା ବେଳେ ୩ଟି ମ୍ୟାଚ୍‌ରେ ହାରିଛି।

ଭାରତ ୨୦୧୮ରେ ନିଦାଶ ଟ୍ରଫି ସମେତ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଆୟର୍ଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷରେ ୧୯ଟି ଟି-୨୦ ଖେଳିଥିଲା। ଭାରତ ଏହି ସମସ୍ତ ଦଳଗୁଡ଼ିକ ବିପକ୍ଷ ଟି-୨୦ ସିରିଜ୍‌ରେ ଜିତିଥିବା ବେଳେ ଅଷ୍ଟ୍ରେଲିଆ ସହ ୧-୧ରେ ସିରିଜ୍‌ ବରାବର ରଖିବାକୁ ସକ୍ଷମ ହୋଇଥିଲା। ୧୯ଟି ମ୍ୟାଚ୍‌ରୁ ଟିମ୍‌ ଇଣ୍ଡିଆ ୧୪ଟିରେ ଜିତିଥିବା ବେଳେ ୪ଟିରେ ହାରିଥିଲା। ସେହିପରି ଗୋଟିଏ ମ୍ୟାଚ୍‌ର ଫଳାଫଳ ବାହାରି ପାରି ନଥିଲା।

ଦିନିକିଆ ମ୍ୟାଚ୍‌ ସଂଖ୍ୟା କଥା ଯଦି ବିଚାରକୁ ନେବା, ତା’ହେଲେ ଭାରତ ତୁଳନାରେ ପାକିସ୍ତାନ ବେଶ ପଛରେ ରହିଛି। ଭାରତ ଗତ ଗୋଟିଏ ବର୍ଷ ମଧ୍ୟରେ ୨୫ଟି ଦିନିକିଆ ଖେଳିଛି। ଏଥିରୁ ଦଳ ୧୭ଟି ମ୍ୟାଚ୍‌ରେ ବିଜୟ ହୋଇଥିବା ବେଳେ ୬ଟିରେ ହାରିଛି। ସେହିପରି ୨ଟି ମୁକାବିଲାର ଫଳାଫଳ ବାହାରି ପାରିନାହିଁ। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡ ରହିଛି। ଇଂଲଣ୍ଡ ୧୯ଟି ଦିନିକିଆରୁ ୧୩ଟିରେ ଜିତିଛି ଓ ୫ଟିରେ ହାରିଛି। ଗୋଟିଏ ମ୍ୟାଚ୍‌ର ଫଳାଫଳ ବାହାରିପାରିନାହିଁ।



from Odisha Reporter http://bit.ly/2SqUfQc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages