ଗଜପତି ମହାରାଜଙ୍କ ଦ୍ୱାରା ଓଡ଼ିଆ ରାମାୟଣ କାବ୍ୟ ଉନ୍ମୋଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଗଜପତି ମହାରାଜଙ୍କ ଦ୍ୱାରା ଓଡ଼ିଆ ରାମାୟଣ କାବ୍ୟ ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବୋଲଗଡ ଗାନ୍ଧି ଭାବେ ପରିଚିତ ସ୍ୱର୍ଗତ ପତିତପାବନ ହୋତାଙ୍କ ରଚିତ ତୁଳସୀ ଦାସଙ୍କ ରାମାୟଣର ଓଡ଼ିଆ ପଦ୍ୟାନୁବାଦ ଗ୍ରନ୍ଥ ଉନ୍ମୋଚିତ ହୋଇଛି। ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରହ୍ମପୁର କାରାଗାରରେ କାରାବରଣ ସମୟରେ ତୁଳସୀ ଦାସଙ୍କ ରାମଚରିତ ମାନସର ଓଡ଼ିଆ ପଦ୍ୟାନୁବାଦନ କରିଥିଲେ ଶ୍ରୀ ହୋତା। ଯାହାକୁ ଏକ ପୁସ୍ତକ ଭାବେ ଲୋକାର୍ପିତ କରାଯାଇଛି।

ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପବିତ୍ର କରକମଳରେ ଗତ ରବିବାର ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପରିସରରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି। ଆୟୋଜିତ ଉତ୍ସବରରେ ପୁରୀ ଝାଞ୍ଜପିଟା ମଠର ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜ, ଏମ୍‌ପି ସୌମ୍ୟ ରଞ୍ଜନ ପଟ୍ଟନାୟକ, ଡଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/2SQnJXD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages