‘ଚାଷୀ’ ଭୟ ଘାରିଲା, ଶେଷରେ ପିଏମ୍-କିଷାନରେ ସାମିଲ ହେବ ଓଡ଼ିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

‘ଚାଷୀ’ ଭୟ ଘାରିଲା, ଶେଷରେ ପିଏମ୍-କିଷାନରେ ସାମିଲ ହେବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ‘ପିଏମ୍-କିଷାନ’ ଯୋଜନାକୁ ଲାଗୁ କରିବାକୁ ନେଇ ଦ୍ୱନ୍ଦ୍ୱରେ ଥିବା ରାଜ୍ୟର ବିଜେଡି ସରକାର ଶେଷରେ ଭୋଟ ହରାଇବା ଭୟରେ ନିଜର ମତ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି। ଆସନ୍ତା ୨୪ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(ପିଏମ୍-କିଷାନ)ରେ ଓଡ଼ିଶା ସାମିଲ ହେବ। କେନ୍ଦ୍ର ସରକାରଙ୍କ ୱେବସାଇଟରେ ଚାଷୀଙ୍କ ଡାଟା ତୁରନ୍ତ ଅପଲୋଡ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏନେଇ ଗଣମାଧ୍ୟମକୁ ସୂଚନା ଦେବା ସହ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମୁଖ୍ୟ ସଚିବ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ‘କାଳିଆ’ ଯୋଜନାର ସମୀକ୍ଷା ଅବସରରେ ‘ପିଏମ-କିଷାନ’ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ସରକାରୀସ୍ତରରେ ଏହି ଯୋଜନାରେ ସାମିଲ ହେବାକୁ ନିଷ୍ପତ୍ତି ନିଆଯାଇଥିବାରୁ କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ୱେବସାଇଟରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ଡାଟା ଉପଲବ୍ଧ କରାଇ ଚାଷୀଙ୍କୁ ଏହାର ଫାଇଦା ଦେବାକୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ପରାମର୍ଶ ଦେଇଛନ୍ତି।

ବୈଠକରେ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇ କହିଥିଲେ ଯେ ପ୍ରଥମ ପର୍ଯ୍ୟାୟରେ ୧୩.୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩.୨୦ଲକ୍ଷ ଭୂମିହୀନ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ସହାୟତା ଦିଆଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୪.୨ଲକ୍ଷ ଚାଷୀ ପରିବାରଙ୍କୁ ଆଜି ଅନଲାଇନରେ ୫ହଜାର ଟଙ୍କାର ସହାୟତା ବଣ୍ଟନ ହୋଇଛି।

ତେବେ କେନ୍ଦ୍ର ସରକାରଙ୍କ ପିଏମ୍-କିଷାନ ଯୋଜନାରେ କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ଦେବାର ପ୍ରାବଧାନ ଥିବାରୁ ରାଜ୍ୟ ସରକାର ‘କାଳିଆ’ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରିଥିବା ୧୩.୨ଲକ୍ଷ ଚାଷୀଙ୍କ ଡାଟାକୁ ହିଁ ଅପଲୋଡ୍ କରାଯିବାକୁ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ପିଏମ-କିଷାନ ଯୋଜନାରେ ଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଥିଲେ। ଏହାବ୍ୟତୀତ କୃଷି ମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ ଯେ,ଉକ୍ତ କେନ୍ଦ୍ରୀୟ ଯୋଜନାରେ କେତେକ ତ୍ରୁଟି ରହିଛି ଓ ରାଜ୍ୟର ବିନା ପରାମର୍ଶରେ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ତାହା ଉପରେ ଅଧିକ ବିଚାରବିମର୍ଶ କରିବାର ଅଛି। ତେଣୁ ଏହି କେନ୍ଦ୍ରୀୟ ଯୋଜନାକୁ ତୁରନ୍ତ ଲାଗୁ କରିବା ମୁଡରେ ଓଡ଼ିଶା ନଥିବା ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ଜଣାପଡ଼ୁଥିଲା। ମାତ୍ର ରାଜ୍ୟରେ ଚାଷୀ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରୁଥିବାବେଳେ ଚାଷୀଙ୍କ ଭୋଟ ହାତଛଡ଼ା ହେବା ଭୟରେ ବିଜେଡି ସରକାର ଏଥିରେ ନିର୍ଦ୍ଧାରିତ ଅବଧି ପୂର୍ବରୁ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନାକୁ ରାଜନୀତିକ କାରଣରୁ ଓଡ଼ିଶା ସରକାର ମନା କରିସାରିଛନ୍ତି।



from Odisha Reporter https://ift.tt/2E1dx4x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages