ଟି-୨୦ରେ ସର୍ବାଧିକ ରନ୍ କରି ଆଫଗାନ୍‌ର ବିଶ୍ୱ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଟି-୨୦ରେ ସର୍ବାଧିକ ରନ୍ କରି ଆଫଗାନ୍‌ର ବିଶ୍ୱ ରେକର୍ଡ

ଡେରାଡୁନ: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ବିଶ୍ୱ ରେକର୍ଡ କରିଛି ଆଫଗାନିସ୍ତାନ। ଡେରାଡୁନ୍‌ରେ ଚାଲିଥିବା ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଆଫଗାନିସ୍ତାନ ନିର୍ଦ୍ଧାରିତ ଓଭରରେ ୩ ୱିକେଟ୍‌ ହରାଇ ୨୭୮ ରନ୍ କରିଛି, ଯାହା ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ସ୍କୋର। ସର୍ବାଧିକ ଟି-୨୦ ସ୍କୋର ମାମଲାରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦେଇଛି। ୨୦୧୬ରେ ପାଲେକଲ୍‌ଠାରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୦ ଓଭରରେ ୨୬୩ ରନ୍ କରିଥିଲା।

ଡେରାଡୁନରେ ଖେଳାଯାଇଥିବା ମ୍ୟାଚ୍‌ରେ ଆଫଗାନିସ୍ତାନ ଆଉ କିଛି ରେକର୍ଡର ଅଧିକାରୀ ହୋଇଛି। ଆଫଗାନିସ୍ତାନର ଦୁଇ ଓପନର ହଜରତୁଲ୍ଲା ଜାଜାଇ ଓ ଉସମାନ୍‌ ଘାନି (୭୩) ପ୍ରଥମ ୱିକେଟ୍‌ ପାଇଁ ୨୩୬ ରନ୍‌ର ବିଶ୍ୱ ରେକର୍ଡ ପାର୍ଟନରଶିପ୍ କରିଛନ୍ତି। ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ ଓ ଡାର୍ସି ଶର୍ଟଙ୍କ ନାମରେ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ପାର୍ଟନରଶିପ୍‌ର ରେକର୍ଡ ରହିଛି। ଦୁହେଁ ଗତବର୍ଷ ଜିମ୍ବାୱେ ବିପକ୍ଷ ମୁକାବିଲାରେ ପ୍ରଥମ ୱିକେଟ୍‌ ପାଇଁ ୨୨୩ ରନ୍‌ କରିଥିଲେ।

ଆଫଗାନ୍‌ ଓପନର ଜାଜାଇ ମାତ୍ର ୪୨ ବଲ୍‌ରେ ଶତକ ମାରି ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଆଫଗାନିସ୍ତାନର ପ୍ରଥମ ଏବଂ ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ କ୍ରିକେଟ୍‌ରେ ଦ୍ରୁତ ଶତକ ହାସଲ କରିଛନ୍ତି। ଜାଜାଇ ମାତ୍ର ୪୨ ବଲରେ ଶତକ ପୂରଣ କରି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର୍‌ ଓ ଭାରତର ରୋହିତ ଶର୍ମାଙ୍କ ନାମରେ ଦ୍ରୁତ ଶତକ ମାରିବାର ରେକର୍ଡ ରହିଛି। ଦୁହେଁ ୩୫ ବଲରେ ଶତକ ମାରିଥିଲେ।

ଜାଜାଇ ଏହି ମ୍ୟାଚ୍‌ରେ ମାତ୍ର ୬୨ ବଲ୍ ଖେଳି ୧୧ ଚୌକା ଓ ୧୬ ଛକା ସହ ୧୬୨ ରନ୍ କରିଛନ୍ତି, ଯାହା ଟି-୨୦ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଟି-୨୦ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଫିଞ୍ଚଙ୍କ (୧୭୨ ବନାମ ଜିମ୍ବାୱେ) ନାମରେ ଅଛି।



from Odisha Reporter https://ift.tt/2E4Ohua

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages