ଘନଘନ ସିବିଆଇ ଜେରା ସତ୍ତ୍ୱେ ମୁହଁ ଖୋଲୁନାହାନ୍ତି ରାଜୀବ କୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଘନଘନ ସିବିଆଇ ଜେରା ସତ୍ତ୍ୱେ ମୁହଁ ଖୋଲୁନାହାନ୍ତି ରାଜୀବ କୁମାର

ଶିଲଂ: ଯାହା ଆଶା କରାଯାଉଥିଲା ସେଇଆ ଘଟିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାର ସିବିଆଇ ନିକଟରେ ହାଜର ହେଲେ ସତ କିନ୍ତୁ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତରେ କୌଣସି ପ୍ରକାର ସହଯୋଗ କଲେନାହିଁ। ସିବିଆଇ ଆଜି ଦିନ ତମାମ ତାଙ୍କୁ ଘନଘନ ଜେରା କରୁଥିଲେ ହେଁ ସେ ମୁହଁ ଖୋଲି ନଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସାରଦା ଚିଟ୍‌ଫଣ୍ଡ ତଦନ୍ତ କରୁଥିବା ସିବିଆଇ ଗତ ରବିବାର ରାଜୀବ କୁମାରଙ୍କୁ ଜେରା କରିବାକୁ କୋଲକାତାରେ ପହଞ୍ଚିଥିଲା। ତେବେ ଏହାକୁ ବିରୋଧ କରି ରାଜ୍ୟ ସରକାର ଓ ଶାସକ ତୃଣମୂଳ କଂଗ୍ରେସସ ସିବିଆଇ ଓ କେନ୍ଦ୍ର ବିରୋଧରେ ପ୍ରତିବାଦ ଓ ବିକ୍ଷୋଭ ଆରମ୍ଭ କରିଦେଇଥିଲେ। ଶେଷରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ସିବିଆଇ ଆବେଦନକୁ ଗ୍ରହଣ କରି ଶ୍ରୀ କୁମାରଙ୍କୁ ଜେରା କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଶ୍ରୀ କୁମାର ଜେରା ପାଇଁ ମେଘାଳୟର ରାଜଧାନୀ ଶିଲଂର ଓକଲ୍ୟାଣ୍ଡସ୍ଥିତ ସିବିଆଇ ଅଫିସରେ ପହଞ୍ଚିଥିଲେ।

ଜେରା ପୂର୍ବରୁ ଶ୍ରୀ କୁମାର ଶୁକ୍ରବାର ଶିଲଂରେ ପହଞ୍ଚି ଏକ ହୋଟେଲରେ ରହିଥିଲେ। ଆଜି ସକାଳ ପ୍ରାୟ ୧୧ଟା ବେଳେ ଶ୍ରୀ କୁମାର ନିଜ ଓକିଲ ବିଶ୍ୱଜିତ ଦେବଙ୍କ ସହ ସିବିଆଇ ଅଫିସରେ ପହଞ୍ଚିଥିଲେ। ଏମାନଙ୍କ ସହ ପଶ୍ଚିମବଙ୍ଗର ବରିଷ୍ଠ ଆଇପିଏସ୍‌ ଜାଭେଦ୍‌ ଶମିମ ଓ ମୁରଲୀଧର ଶର୍ମା ମଧ୍ୟ ସିବିଆଇ ଅଫିସରେ ପହଞ୍ଚିଥିଲେ। ଏହାପରେ ମାତ୍ର ୩୦ ମିନିଟ୍‌ ମଧ୍ୟରେ ଶ୍ରୀ କୁମାରଙ୍କ ଓକିଲ ଓ ଅନ୍ୟ ଦୁଇ ବରିଷ୍ଠ ଆଇପିଏସ୍‌ଙ୍କୁ ସିବିଆଇ ଅଫିସରୁ ଚାଲିଯିବାକୁ କୁହାଯାଇଥିଲା। ସେଠାରେ ସିବିଆଇ ଡିଆଜି ବିବେକ ଦତ୍ତଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ୍‌ ରାଜୀବ କୁମାରଙ୍କୁ ଜେରା କରିଥିଲା। ଏହି ଟିମ୍‌ରେ ଏସ୍‌ପି, ଆଡିସନାଲ୍‌ ଏସ୍‌ପି ଓ ଡିଏସ୍‌ପି ପାହ୍ୟାର ଅଫିସର ରହିଛନ୍ତି।

ସୁପ୍ରିମକୋର୍ଟ ଶ୍ରୀ କୁମାରଙ୍କୁ ବିଶ୍ୱସନୀୟତାର ସହ ସିବିଆଇ ତଦନ୍ତରେ ସହଯୋଗ କରିବାକୁ କହିଥିଲେ। ହେଲେ ଶ୍ରୀ କୁମାର ଆଜି ଜେରା ବେଳେ ଆଦୌ ସହଯୋଗ କରି ନଥିବା ଜଣାପଡ଼ିଛି। ଆସନ୍ତାକାଲି ଓକଲ୍ୟାଣ୍ଡ ସ୍ଥିତ ସିବିଆଇ ଅଫିସରୁ ଶ୍ରୀ କୁମାରଙ୍କୁ ଆଉ ଏକ ସ୍ଥାନକୁ ନେଇ ଜେରା କରିଯିବ ବୋଲି ସୂଚନା ମିଳିଛି। ସୁପ୍ରିମକୋର୍ଟ ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ତେଣୁ ଇତିମଧ୍ୟରେ ସିବିଆଇ କୌଶଳକ୍ରମେ ଶ୍ରୀ କୁମାରଙ୍କ ଠାରୁ ସାରଦା ଚିଟ୍‌ଫଣ୍ଡ ଦୁର୍ନୀତିର ଗୁମର ଖୋଲିବାକୁ ଚାହୁଁଛି। ସିବିଆଇର ଦାବି ଅନୁଯାୟୀ, ସାରଦା ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟିର ମୁଖ୍ୟ ଶ୍ରୀ କୁମାର ରହିଥିଲେ। ଏହି ସମୟରେ ସେ ଅନେକ ପ୍ରମାଣକୁ ଏପଟସେପଟ ଓ ଗାଏବ କରିଛନ୍ତି। ଏହାର ତଥ୍ୟ ସେ ଏବେ ଦିଅନ୍ତୁ ବୋଲି ସିବିଆଇ ଚାହୁଁଛି। ଶ୍ରୀ କୁମାରଙ୍କୁ ସିବିଆଇ ୨୦ ତାରିଖ ଯାଏ ଗିରଫ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଶ୍ରୀ କୁମାର ସିବିଆଇ ଅଫିସର ପହଞ୍ଚିବା ପୂର୍ବରୁ ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଓକଲ୍ୟାଣ୍ଡ ସ୍ଥିତ ସିବିଆଇ ଅଫିସ ଚାରି ପାଖରେ ସିଆରପିଏଫ୍‌ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଥିଲା।



from Odisha Reporter http://bit.ly/2MY5WYn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages