ବିଜେପିର ପ୍ରତିଶ୍ରୁତି ସମାବେଶ: କ୍ଷମତାକୁ ଆସିଲେ ସମସ୍ତଙ୍କୁ ସ୍ଥାୟୀ ପଟ୍ଟା ସହ ପକ୍କାଘର ଓ ରୋଜଗାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ବିଜେପିର ପ୍ରତିଶ୍ରୁତି ସମାବେଶ: କ୍ଷମତାକୁ ଆସିଲେ ସମସ୍ତଙ୍କୁ ସ୍ଥାୟୀ ପଟ୍ଟା ସହ ପକ୍କାଘର ଓ ରୋଜଗାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ସାଧାରଣ ଭୋଟରଙ୍କ ନିକଟତର ହେବା ପାଇଁ ବିଜେପି ସମସ୍ତଙ୍କୁ ଜମି ପଟ୍ଟା ସହ ପକ୍କାଘର ଓ ରୋଜଗାର ଯୋଗାଇ ଦେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛି।

ଆଜି ଦଳ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ପ୍ରତିଶ୍ରୁତି ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ସ୍ଥାୟୀ ପଟ୍ଟା,ପକ୍କାଘର ଓ ରୋଜଗାର ଆବେଦନ ଫର୍ମକୁ ଶୁଭାରମ୍ଭ କରି କହିଛନ୍ତି ଯେ, ରାଜ୍ୟରେ ଆଜି ୨୦ ଲକ୍ଷ ଲୋକଙ୍କର ଜମି ପଟ୍ଟା ନାହିଁ। ଭୂମିହୀନ ହୋଇଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ। ସେହିପରି ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ। ନବୀନ ସରକାରଙ୍କ ୧୯ ବର୍ଷ ଶାସନରେ ସାଧାରଣ ଗରିବ ଲୋକମାନଙ୍କର ଏହି ମୌଳିକ ସୁବିଧାରୁ ଏ ସରକାର ବଞ୍ଚିତ କରିଆସିଛି । ରାଜ୍ୟରେ ଯୁବକ ଯୁବତୀମାନଙ୍କ ଆଗରେ ବେରୋଜଗାର ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଗାଁ ଗାଁରେ ଆଜି ଯୁବକମାନେ ବେକାରୀ ହୋଇ ହତାଶ ଭାବେ ବସିଛନ୍ତି।

ବିଜେଡି ସରକାର ରାଜ୍ୟରେ ଏକ ଲମ୍ବା ସମୟ ପାଇଁ କ୍ଷମତାରେ ଥାଇବି ଓଡ଼ିଆ ପିଲାମାନଙ୍କୁ ନିଯୁକ୍ତି ଯୋଗାଇ ଦେଇପାରିଲେନି। ରାଜ୍ୟରେ ବିଜେପି ସରକାରକୁ ଆସିଲେ ଗରିବ ଲୋକଙ୍କୁ ପଟ୍ଟାସହ ପକ୍କାଘର ଓ ବେରୋଜଗାରକୁ ରୋଜଗାର ନିଶ୍ଚିତ ଦିଆଯିବ ସେ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାରେ ୨୦୨୨ ସୁଦ୍ଧା ଜଣେ ବି ଲୋକ ରହିବ ନାହିଁ, ଯା’ ଘରେ କି ସ୍ଥାୟୀ ପଟ୍ଟା ସହ ପକ୍କା ଘର ନଥିବ। ପ୍ରତିଟି ଓଡ଼ିଆ ଯୁବକ ଯୁବତୀକୁ ରୋଜଗାର ଯୋଗାଇବା ବିଜେପି ସରକାରର ପ୍ରାଥମିକ ଦାୟିତ୍ୱ ହେବା ସହ ନିଯୁକ୍ତି ଓ ଆତ୍ମନିଯୁକ୍ତି ଯୋଗାଇ ଦିଆଯିବ। ଏହି ପ୍ରତିଶ୍ରୁତି ଆବେଦନ ଫର୍ମକୁ ଦଳ ପ୍ରତି ବୁଥରେ ପହଞ୍ଚାଇବ। ବେରୋଜଗାର ଯୁବକ ଯୁବତୀମାନେ, ପଟ୍ଟା ଆଉ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀମାନେ ଏହାକୁ ପୂରଣ କରି ପଠାଇବେ।

ଏହି ଅବସରରେ ଦଳର ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ କହିଛନ୍ତି କି ଏ ରାଜ୍ୟ ସରକାର ଓଡ଼ିିଆ ଲୋକମାନଙ୍କୁ ପ୍ରତାରଣା କରିଆସିଛି। ନବୀନ ପଟ୍ଟନାୟକଙ୍କ ସରକାର କେବଳ ଘୋଷଣା ସର୍ବସ୍ୱ ସରକାର। ଏ ସରକାରଠାରୁ ଆଉ ଅଧିକ କିଛି ଆଶା କରାଯାଇପାରେନା। ୨୦୧୯ରେ ବିଜେପିର ହିଁ ସରକାର ହେବ ଆଉ ଲୋକମାନଙ୍କୁ ରୋଜଗାର ସହ ଘର, ପିଇବା ପାଣି, ବିଜୁଳି ନିଶ୍ଚିତ ଦିଆଯିବ। ଓଡ଼ିଆ ଜାତିକୁ ନବୀନ ବାବୁ ଆଉ ବୋକା ବନାଇ ଶାସନ କରିପାରିବେ ନାହିଁ।

ସେହିପରି ଦଳର ବରିଷ୍ଠ ନେତ୍ରୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ବିଜେପି ଏପରି ଏକ ରାଜନୀତିକ ଦଳ ଯାହା ପ୍ରତିଶ୍ରୁତି ଦିଏ ତା’କୁ କରିକି ଦେଖାଏ। ରାଜ୍ୟରେ ଏବେ ନିର୍ବାଚନକୁ ଆଖି ଆଗରେ ରଖି ଗୋଟିଏ ଦିନରେ ସରକାରୀ ଯୋଜନା ବନାଯାଉଛିା ଯେଉଁ ଯୋଜନାର ଲାଭ କାହା ପାଖରେ ପହଞ୍ଚିପାରୁନାହିଁ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ବଡ଼ଜେନା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।



from Odisha Reporter http://bit.ly/2SCZ1ct

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages