
ଭଦ୍ରକ(ତପନ ସ୍ୱାଇଁ): ବାପା-ମାଆ ନାଁ ବାଛି ବାଛି ଦେଇଥିଲେ ବୈରାଗୀ। ହେଲେ ମନ ଭିତରେ ଭରି ରହିଛି ମୋହ ଓ ପାପ। ଯାହାକୁ ସାକାର କରିବା ପାଇଁ ଯାଇ ବୃଦ୍ଧ ବୟସରେ ବୈରାଗୀ ମନ୍ଦିରରୁ ଫେରୁଥିବା ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି କଳଙ୍କିତ ଘଟଣା ଘଟିଛି ଭଦ୍ରକ ଟାଉନ୍ ଥାନା ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ବୈରାଗୀ ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗତକାଲି ସନ୍ଧ୍ୟା ବେଳେ ପୁରୁଣାବଜାର ଥାନା ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ନିକଟସ୍ଥ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ମନ୍ଦିରରୁ ଫେରିବା ବେଳେ ଉତ୍ତରବାହିନୀ ବଜାର ପରିସରରେ ଦୋକାନ କରିଥିବା ୬୦ ବର୍ଷୀୟ ବୈରାଗୀ, ଛାତ୍ରୀଙ୍କୁ ପାଖରେ ଥିବା ଏକ ପରିତ୍ୟକ୍ତ କୋଠା ଘର ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣକ ବୃଦ୍ଧଙ୍କ କବଳରୁ ମୁକୁଳି ଘରକୁ ଫେରି ନିଜ ଜେଜେ ମାଆଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ସେହି ରାତିରେ ହିଁ ନାବାଳିକାଙ୍କ ଜେଜେମାଆ ଥାନାରେ ଅଭିଯୋଗ କରିଥିଲେ।
ଆଜି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ବୈରାଗୀଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।
from Odisha Reporter http://bit.ly/2tihFIg
No comments:
Post a Comment