‘ଓଡ଼ିଶାର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

‘ଓଡ଼ିଶାର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି। ରାଜ୍ୟର ପ୍ରଗତୀ ତାଙ୍କ ପାଇଁ ଗୁରୁତ୍ୱହୀନ ହୋଇପଡ଼ିଛି। ସେଥିପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରତିନିଧି ଆଜିର ସମୀକ୍ଷା ବୈଠକକୁ ଆସିଲେ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟରେ ଚାଲୁଥିବା କେନ୍ଦ୍ର ସରକାରଙ୍କର ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଅଗ୍ରଗତି ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି। ଏଥିରେ ଯୋଗଦେବା ପାଇଁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ଡକାଯାଇଥିଲା। ମାତ୍ର ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କର କୌଣସି ଅଧିକାରୀ ଯୋଗଦେଇନଥିଲେ।

ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି-“ଭାରତ ସରକାରଙ୍କ ଗୁଡିଏ ମହତ୍ୱକାଂକ୍ଷୀ ପ୍ରକଳ୍ପ ଓଡ଼ିଶାରେ ଅହେତୁକ ବିଳମ୍ୱ ହେଉଛି। ପେଟ୍ରୋଲିୟମ୍‌ ବିଭାଗର ଅନେକ ପ୍ରକଳ୍ପ, ରେଲୱେ, ଏନ୍‌ଏଚ୍‌ଆଇ, ନାଲକୋ, ଏନ୍‌ଟିପିସି, ଏମ୍‌ସିଏଲ୍‌ ଭଳି ଅନେକ ଗୁଡିଏ ପ୍ରକଳ୍ପ ପାଇଁ ପର୍ଯ୍ୟାନ୍ତ ପରିମାଣର ଟଙ୍କା ରହିଛି। ହେଲେ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁ କାମ ଆଗେଇ ପାରୁନି।”

ଆଜି ଏହି ସମୀକ୍ଷା ବୈଠକ ପାଇଁ କେନ୍ଦ୍ରମବୀ ଶ୍ରୀ ପ୍ରଧାନ ଦୀର୍ଘସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ ସମୀକ୍ଷା ବୈଠକକୁ ଆସିନଥିଲେ।



from Odisha Reporter https://ift.tt/2SUnyKR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages