
ନୂଆଦିଲ୍ଲୀ: ଭାରତୀୟ ମହିଳା ଶୁଟର ଅପୂର୍ବୀ ଚାଣ୍ଡେଲା ଆଜି ଆଇଏସ୍ଏସ୍ଏଫ୍ ଶୁଟିଂ ବିଶ୍ୱକପ୍ରେ ଇତିହାସ ରଚିଛନ୍ତି। ସେ ମହିଳା ବର୍ଗର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ବିଶ୍ୱ ରେକର୍ଡ ସହ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ସେ ସମୁଦାୟ ୨୫୨.୯(ବିଶ୍ୱ ରେକର୍ଡ) ସହ ଏଭଳି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଚୀନ୍ର ଝାହୋ ରୋହୁଝୁ ୨୫୧.୮ ପଏଣ୍ଟ ସହ ରୌପ୍ୟ ପଦକ ଜିତି ଥିବା ବେଳେ ଚୀନ୍ର ଅନ୍ୟତମ ଶୁଟର ଜୁ ହଙ୍ଗ ୨୩୦.୪ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି।
ଗତବର୍ଷ ସେପ୍ଟେମ୍ବର ମାସରେ ଆଇଏସ୍ଏସ୍ଏଫ୍ ବିଶ୍ୱ ଚାମ୍ପିୟନଶିପ୍ରେ ଅପୂର୍ବୀ ଟପ୍ ୪ରେ ରହି ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିଲେ। ୨୬ ବର୍ଷୀୟ ଅପୂର୍ବୀ ୨୦୧୮ ରାଜ୍ୟ ଗୋଷ୍ଠୀକ୍ରୀଡ଼ାରେ ଓ ଜାକର୍ତ୍ତାରେ ଶେଷ ହୋଇଥିବା ଏସିଆନ୍ ଗେମ୍ସର ୧୦ ମିଟର ଏୟାର ରାଇଫଲ ମିକ୍ସଡ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ।
from Odisha Reporter https://ift.tt/2IuVHwk
No comments:
Post a Comment