
ଦୁବାଇ: ଆଜି ଆଇସିସି ପକ୍ଷରୁ ମହିଳା ଦିନିକିଆ ବ୍ୟାଟସ୍ଓମ୍ୟାନ୍ ରାଙ୍କିଙ୍ଗ ତାଲିକା ଜାରି କରାଯାଇଛି। ଏଥିରେ ପୂର୍ବଭଳି ଟିମ୍ ଇଣ୍ଡିଆର ଓପନର ସ୍ମୃତି ମନ୍ଧାନା ଏକ ନମ୍ବର ସ୍ଥାନରେ ସୁଦୃଢ଼ ରହିଛନ୍ତି। ସେହିପରି ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ମିତାଲି ରାଜ ମଧ୍ୟ ପୂର୍ବଭଳି ତାଲିକାର ୫ ନଂ ସ୍ଥାନରେ ରହିଛନ୍ତି।
ମନ୍ଧାନା ୭୭୪ ପଏଣ୍ଟ ସହ ୧-ନଂ ସ୍ଥାନରେ ଥିବା ବେଳେ ତାଙ୍କ ପଛକୁ ଅଷ୍ଟ୍ରେଲିଆର ଇଲିୟସ ପେରୀ ଓ ମେଗ ଲ୍ୟାନିଙ୍ଗ ଯଥାକ୍ରମରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ୪ର୍ଥ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଆମି ସାଟ୍ଟେରୱେଟ୍ ରହିଛନ୍ତି। ସେହିପରି ଟପ୍ ୨୦ରେ ଭାରତୀୟ ମହିଳା ଦଳର ଦୀପ୍ତି ଶର୍ମା ୧୭ ଓ ଟି-୨୦ ଅଧିନାୟକ ହରମନପ୍ରୀତ କୌର ୧୯ତମ ସ୍ଥାନରେ ରହିଛନ୍ତି।
from Odisha Reporter http://bit.ly/2Gxt0Nb
No comments:
Post a Comment