ବଲିଉଡ୍‌ରେ ଡେବ୍ୟୁ କରିବେ ସଞ୍ଜୟ କପୁର୍‌ଙ୍କ ଝିଅ ଶନାୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ବଲିଉଡ୍‌ରେ ଡେବ୍ୟୁ କରିବେ ସଞ୍ଜୟ କପୁର୍‌ଙ୍କ ଝିଅ ଶନାୟା

ମୁମ୍ୱାଇ: ବଲିଉଡ୍‌ରେ ବର୍ତ୍ତମାନ ଷ୍ଟାର୍‌ କିଡ୍‌ଙ୍କର ଏଣ୍ଟ୍ରି ହେବାରେ ଲାଗିଛି। ଏହି କ୍ରମରେ ଅଭିନେତା ସଞ୍ଜୟ କପୁର୍‌ଙ୍କ ଝିଅ ଶନାୟା କପୁର୍‌ ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି। ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସଞ୍ଜୟଙ୍କ ସ୍ତ୍ରୀ ମହିପ୍‌ କପୁର୍‌ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଝିଅ ଶନାୟା ଓ ସ୍ୱାମୀଙ୍କର ଏକ ଫଟୋ ଶେଆର୍‌ କରି ଲେଖିଛନ୍ତି, “ମୋ ଝିଅ ଶନାୟା ଦୁଇ ସପ୍ତାହ ପାଇଁ ଲକ୍ଷ୍ନୌ ଯାଇଛନ୍ତି। ସେଠାରେ ସେ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟରର କାମ କରିବେ।”

ଶନାୟା ଶାହରୁଖ ଖାନ୍‌ଙ୍କ ଝିଅ ସୁହାନାଙ୍କର ବେଷ୍ଟ୍‌ ଫ୍ରେଣ୍ଡ୍‌। ଦୁହେଁ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଚାହୁଁଛନ୍ତି। କିନ୍ତୁ ସୁହାନାଙ୍କ ପୂର୍ବରୁ ଶନାୟା ବଲିଉଡ୍‌ରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି। ଗତବର୍ଷ ସଞ୍ଜୟ ଏକ ଇଣ୍ଟରଭ୍ୟୁରେ କହିଥିଲେ, “ଶନାୟା ଅଭିନେତ୍ରୀ ହେବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେ ବହୁତ ପରିଶ୍ରମ କରୁଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଜାଣିନାହିଁ ଶନାୟା କେବେ ବଲିଉଡ୍‌ରେ ଡେବ୍ୟୁ କରିବେ। ବର୍ତ୍ତମାନ ତାଙ୍କର ସ୍କୁଲ ପାଠପଢ଼ା ଶେଷ ହେଲା। ଶନାୟା ଏପର୍ଯ୍ୟନ୍ତ କୌଣସି ପିଲ୍ମ ସାଇନ୍ କରିନାହାନ୍ତି। ମୁଁ ଶନାୟାଙ୍କୁ ନେଇ ବହୁତ ପ୍ରୋଟେକ୍ଟିଭ୍‌ ରହୁଛି। ତାଙ୍କର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ମଧ୍ୟ ପ୍ରାଇଭେଟ୍‌ ରଖାଯାଇଛି। କିଛି ଜିନିଷ ଏପରି ଥାଏ, ଯାହା ଆମ ନିୟନ୍ତ୍ରଣ ବାହାରେ ରହିଥାଏ। ସେ ବଡ଼ ହୋଇଗଲେଣି ଏବଂ ବାହାରକୁ ଫିଲ୍ମ ଦେଖିବା ଓ ବୁଲାବୁଲି କରିବାକୁ ଯାଉଛନ୍ତି। ତାଙ୍କୁ ଏବେ ରୁମ୍‌ରେ ବନ୍ଦ କରି ରଖା ଯାଇପାରିବ ନାହିଁ। କେବଳ ଏଥିପାଇଁ ଯେ, କୌଣସି ଫଟୋଗ୍ରାଫର୍‌ ତାଙ୍କର ଫଟୋ ନ ଉଠାଇଦେଉ।“

ବର୍ତ୍ତମାନ ସଞ୍ଜୟ ଅଭିଷେକ ଶର୍ମାଙ୍କ ଫିଲ୍ମ ‘ଜୋୟା ଫ୍ୟାକ୍ଟର’ ପାଇଁ ସୁଟିଂ କରୁଛନ୍ତି। ଫିଲ୍ମରେ ସେ ସୋନମ୍‌ କପୁର୍‌ଙ୍କ ବାପା ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମଟି ଏହି ବର୍ଷ ୫ ଏପ୍ରିଲ୍‌ରେ ରିଲିଜ୍‌ ହେବାକୁ ଯାଉଛି।



from Odisha Reporter http://bit.ly/2Ne4oti

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages