୧୦ରେ କଂଗ୍ରେସ ପ୍ରକାଶ କରିବ ଚୂଡ଼ାନ୍ତ ତାଲିକା; ପଛରେ ନାହାନ୍ତି ବିଜେପି ଓ ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

୧୦ରେ କଂଗ୍ରେସ ପ୍ରକାଶ କରିବ ଚୂଡ଼ାନ୍ତ ତାଲିକା; ପଛରେ ନାହାନ୍ତି ବିଜେପି ଓ ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ଘୋଷଣା ପାଖେଇ ଆସୁଥିବା ବେଳେ ସବୁ ଦଳ ଏବେ ପ୍ରାର୍ଥୀ ଚୟନ କସରତକୁ ଜୋରଦାର୍‌ କରିଛନ୍ତି। କଂଗ୍ରେସ ତା’ର ସ୍କ୍ରିନିଂ କମିଟି ଜରିଆରେ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ସିଟ୍ ଲାଗି କର୍ମୀ ଏବଂ ନେତାଙ୍କ ସହ ଆଲୋଚନା କରି ଆଶାୟୀ ପ୍ରାର୍ଥୀଙ୍କ ତାଲିକା ନେଇଛି। ମାର୍ଚ୍ଚ ୧୦ ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଦଳ ଯୋଜନା କରୁଛି। ବିଜେପି ମଧ୍ୟ ପ୍ରାୟ ୧୦୦ ବିଧାନସଭା ଓ ୧୮ଟି ଲୋକସଭା ଆସନରେ ପ୍ରାର୍ଥୀ ଚୟନ କସରତ କରିଛି। ତେବେ ବେଶୀ ଅଡ଼ୁଆ ସ୍ଥିତିରେ ବିଜେଡି ଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

ଆଜି କଂଗ୍ରେସ ଭବନରେ ସ୍କ୍ରିନିଂ କମିଟି ବୈଠକ ଚାଲିଥିଲା। ତେଣୁ ଏଠାରେ ଟିକଟ୍ ଆଶାୟୀଙ୍କ ଭିଡ଼ ଜମିଥିଲା। ସେପଟେ କାର୍ଯ୍ୟାଳୟ ପରିସରରେ ଦଳୀୟ କର୍ମୀଙ୍କ ଅସନ୍ତୋଷ ଓ ବିଧାୟକଙ୍କ ବିରୋଧରେ ନାରାବାଜି ମଧ୍ୟ ଦେଖିବାକୁ ମିଳିଥିଲା। ଜି. ଉଦୟଗିରି ବିଧାୟକ ଜ୍ୟାକବ ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ବିରୋଧରେ କର୍ମୀମାନେ ସ୍ଳୋଗାନ ଦେଇ ତାଙ୍କୁ ଖୋଲାଖୋଲି ବିରୋଧ କରିଥିଲେ। ଆଜି କନ୍ଧମାଳ ଓ ଯାଜପୁର ସଂସଦୀୟ କ୍ଷେତ୍ର ଲାଗି ବହୁ ସଂଖ୍ୟାରେ ଆଶାୟୀ ଆବେଦନ କରିଥିଲେ।

ସେପଟେ ପ୍ରାର୍ଥୀ ଚୟନ ନେଇ ସ୍କ୍ରିନିଂ କମିଟିର କସରତ ଶେଷ ହୋଇଛି। ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି କମିଟି। ମାର୍ଚ୍ଚ ୬ ତାରିଖରେ ପ୍ରଦେଶ ନିର୍ବାଚନ କମିଟି ବୈଠକ ବସି ପ୍ରାର୍ଥୀ ତାଲିକା ଉପରେ ବିସ୍ତୃତ ଆଲୋଚନା କରାଯିବ। ଏହାପରେ ଲିଷ୍ଟ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ପାଖକୁ ଯିବ। ମାର୍ଚ୍ଚ ୧୦ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭିଡି ସାଥିଶାନ୍‌ କହିଛନ୍ତି।

ପ୍ରାର୍ଥୀ ଚୟନ କସରତରେ ବିଜେପି ମଧ୍ୟ ପଛରେ ନାହିଁ। ଦଳ ପାଖାପାଖି ୧୦୦ ବିଧାନସଭା ଓ ୧୮ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚୟନ କସରତ ଶେଷ କରିଛି। ସଙ୍ଗଠନକୁ ଆଗକୁ ନେଉଥିବା ଓ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ହିଁ ଏଥିରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଦଳର ପାର୍ଲାମେଣ୍ଟାରି ବୋର୍ଡର ମୋହର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ସେପଟେ ପ୍ରାର୍ଥୀ ଚୟନକୁ ନେଇ ଅଧିକ ଚିନ୍ତାରେ ଥିବା ବିଜେଡି କିଛି ବିଧାୟକଙ୍କୁ ଗ୍ରୀନ୍ ସିଗନାଲ୍ ଦେଇଥିବା ବେଳେ ଯେଉଁଠି ଦ୍ୱନ୍ଦ୍ୱ ରହିଛି, ସେଠାରେ ପ୍ରାର୍ଥୀ ଚୟନକୁ ନେଇ ଅଡୁଆର ସମ୍ମୁଖୀନ ହେଉଛି। ଗୋଟିଏ ପଟେ ସରକାର ବିରୋଧୀ ହାୱା ଅନ୍ୟପଟେ ଦଳରେ ଅସନ୍ତୋଷ ଓ ଆଶାୟୀଙ୍କ ଲମ୍ବା ତାଲିକା ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଜଟିଳ କରିଛି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି-“ଯେଉଁମାନେ ଦଳକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟକ୍ରମ କରୁଛନ୍ତି, ସେମିତି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ। ଏଥିପାଇଁ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଆଲୋଚନା ସରିଲାଣି।”

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି-“ବିଜେଡି ବଡ଼ ଦଳ ହୋଇଥିବାରୁ ବହୁ ଦାବିଦାର ହୋଇପାରନ୍ତି। ତଥାପି ସମସ୍ତେ ଶୃଙ୍ଖଳିତ। ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ, ସମସ୍ତେ ତାକୁ ମାନିବେ।”

ଅଗଷ୍ଟ ୨୦୧୮ରେ କଂଗ୍ରେସ ୫୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁ ଆଗୁଆ ଘୋଷଣା କରିବେ ବୋଲି ଘୋଷଣା କରିଥିଲେ। ହେଲେ ଏଯାଏ କରିପାରି ନାହିଁ। ବିଜେପିରେ ମଧ୍ୟ ପୁରୁଣା ଓ ଦଳରେ ମିଶିଥିବା ନୂଆ ନେତାଙ୍କୁ ନେଇ ବିବାଦ ଲାଗି ରହିଛି। କିନ୍ତୁ ପ୍ରାର୍ଥୀ ଚୟନକୁ ନେଇ ସବୁଠୁ ଅଧିକ ସମସ୍ୟା ଭିତରେ ରହିଛି ବିଜେଡି।



from Odisha Reporter https://ift.tt/2IFfd9m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages