
ନୂଆଦିଲ୍ଲୀ: ପାକିସ୍ତାନ ସୀମାକୁ ଆସିଥିବା ଦୁଇଟି ବିମାନକୁ ଖସାଇଛୁ। ଦୁଇ ଜଣ ପାଲଟଙ୍କ ମଧ୍ୟ ଗିରଫ କରିଛୁ। ସକାଳୁ ଏଭଳି ଦାବି କରି ଆସୁଥିବା ପାକିସ୍ତାନ କିନ୍ତୁ ସନ୍ଧ୍ୟାରେ ନିଜର କଥା ବଦଳାଇଛି। ଦୁଇଟି ବିମାନ ନୁହେଁ ବରଂ ଭାରତର ଗୋଟିଏ ମିଗ ବିମାନକୁ ଗୁଳି କରିଥିଲୁ।
ସେହିପରି ମାତ୍ର ଜଣେ ମାତ୍ର ପାଇଲଟଙ୍କୁ ନିଜ ହେପାଜତରେ ରଖିଛୁ ବୋଲି ପାକିସ୍ତାନ ସେନା ମୁଖପାତ୍ର ମେଜର ଜେନେରାଲ ଅସିଫ ଗଫୁର କହିଛନ୍ତି। ଗଫୁର କହିଛନ୍ତି, “ପାକିସ୍ତାନ ସେନା ହେପାଜତରେ ଜଣେ ମାତ୍ର ଭାରତୀୟ ପାଇଲଟ ଅଭିନନ୍ଦନ ରହିଛନ୍ତି। ତାଙ୍କ ସହ ସେନାର ନିୟମ ଅନୁସାରେ ବ୍ୟବହାର କରାଯାଉଛି।”
ପୂର୍ବରୁ ଗଫୁର କହିଥିଲେ, ଭାରତର ଦୁଇ ଜଣ ପାଇଲଟଙ୍କୁ ଗିରଫ କରାଯାଇଛି। ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ସୁସ୍ଥ ରହିଛନ୍ତି। ତେବେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନର ମିଛର ଫର୍ଦ୍ଦାଫାସ କରିବା ପରେ ଗଫୁର ଶେଷରେ ସତ ମାନିଛନ୍ତି।
from Odisha Reporter https://ift.tt/2TjNCOV
No comments:
Post a Comment