‘ଚାଷୀ ସମାବେଶକୁ ଭଣ୍ଡୁର କରିବାକୁ ସରକାର ଉଦ୍ୟମ କରୁଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

‘ଚାଷୀ ସମାବେଶକୁ ଭଣ୍ଡୁର କରିବାକୁ ସରକାର ଉଦ୍ୟମ କରୁଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀରେ ବିଶାଳ ଚାଷୀ ସମାବେଶ ହେବ। କୃଷକଙ୍କ ହକ୍ ନେଇ ନବ ନିର୍ମାଣ ସଂଗଠନ ପକ୍ଷରୁ ଏହି ସମାବେଶର ଡାକରା ଦିଆଯାଇଛି।

ଅନ୍ୟପକ୍ଷରେ ସମାବେଶ ଭଣ୍ଡୁର ପାଇଁ ସରକାର ଉଦ୍ୟମ କରୁଥିବା ନବ ନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସମ୍ପାଦକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ସମାବେଶ କରାଇ ନ ଦେବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରୁ ସମାବେଶକୁ ଆସୁଥିବା କୃଷକଙ୍କୁ ଅଟକାଉଛି। ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କୁ ପୁଲିସ ଅଟକ ରଖିଛି।”

ସେ ଆହୁରି କହିଛନ୍ତି, “ସରକାରଙ୍କ ଏ ଉଦ୍ୟମ ସଫଳ ହେବ ନାହିଁ। ଭୁବନେଶ୍ୱରରେ ନିଶ୍ଚିତ ସମାବେଶ ହେବ।”

କଟକରେ ସଂଗଠନର କିଛି କର୍ମକର୍ତ୍ତାକୁ ପୁଲିସ ଗିରଫ କରିଥିବା ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି।

ଏହାର ପ୍ରତିବାଦରେ କଟକ ଷ୍ଟେସନରେ ସଂଗଠନର କର୍ମୀମାନେ କିଛି ସମୟ ପାଇଁ ରେଳରୋକ କରିଥିଲେ।



from Odisha Reporter http://bit.ly/2GoBLZe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages