ବିଧାନସଭା ନୁହେଁ ଲୋକସଭା ଉପରେ ବିଜେପିର ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ବିଧାନସଭା ନୁହେଁ ଲୋକସଭା ଉପରେ ବିଜେପିର ନଜର

amit

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ମିଶନ ୧୨୦+ର ସ୍ଲୋଗାନ ଓ ଦମ୍ଭୋକ୍ତି ବାଢ଼ୁଥିବା ବିଜେପି ଆଗାମୀ ନିର୍ବାଚନରେ ରାଜ୍ୟରେ ସଫଳ ହେବା ପାଇଁ ନିଜର ପୁରା ଦମ୍ ଲଗାଇବ । ନିଶ୍ଚିତ ଭାବେ ଓଡ଼ିଶାରେ ଅଧିକ ସଂଖ୍ୟକ ଲୋକସଭା ଆସନରେ ବିଜୟୀ ହେବ। ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଆଜି ଏଭଳି ସଙ୍କେତ ଦେଇଛନ୍ତି। ଆଉ ଶ୍ରୀ ଶାହଙ୍କ ଏହି ସଙ୍କେତ ହିଁ ଆଗାମୀ ଦିନରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ନିର୍ବାଚନୀ ବୁଝାମଣା ଓ ପରସ୍ପରର ସ୍ୱାର୍ଥ ଅନୁରୂପ ରଣନୀତିକୁ ସ୍ପଷ୍ଟ କରୁଛି।
ଏବେଠୁ ସାଧାରଣ ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ ହୋଇଥିବାବେଳେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି କୋହଳ ଆଭିମୁଖ୍ୟକୁ ନେଇ ଗତ କିଛିମାସ ହେଲା ଦ୍ୱନ୍ଦ୍ୱ ଲାଗି ରହିଛି। ପଶ୍ଚିମବଙ୍ଗ ଓ ଓଡ଼ିଶାରେ କ୍ଷମତା ଦଖଲ କରିବା ବିଜେପି ନିଜର ପୁରା ତାକତ୍ ଲଗାଇ ଦେଇଥିବାବେଳେ ପଶ୍ଚିମବଙ୍ଗରେ ଦଳ ଯେଭଳି ଆକ୍ରଣାତ୍ମକ ଆଭିମୁଖ୍ୟ ପୋଷଣ କରିଛି ଓଡ଼ିଶାରେ ଠିକ୍ ତା’ର ଓଲଟା ରଣନୀତି ଆପଣାଇଛି। ନବୀନଙ୍କ ପ୍ରତି କୋହଳ ମନୋଭାବ ଭବିଷ୍ୟତରେ ମେଣ୍ଟ ପାଇଁ ମାର୍ଗ ପ୍ରଶସ୍ତ କରାଯାଉଛି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଶ୍ରୀ ଶାହା ଅତ୍ୟନ୍ତ ଚତୁରତାର ସହ ଏଡ଼ାଇ ଯାଇଛନ୍ତି।
ଆଜି ନୂଆଦିଲ୍ଲୀରେ ଏକ ଜାତୀୟ ଟିଭି ଚ୍ୟାନେଲର ଗୋଟିଏ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରୀ ଶାହ କହିଛନ୍ତି ଯେ, “ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ଶାସନ ପରିବର୍ତ୍ତନର ଦ୍ୱାରଦେଶରେ ବିଜେପି ଛିଡ଼ା ହୋଇଛି। ଓଡ଼ିଶାରେ ବି ଦଳର ବ୍ୟାପକ ସଂଗଠନ ରହିଛି। ନିର୍ବାଚନରେ ଜିତିବା ପାଇଁ ବିଜେପି ନିଜର ସମସ୍ତ ଶକ୍ତି ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଲଗାଇବ। ପୁରା ଦମରେ ଦଳ ଓଡ଼ିଶାରେ ଲଢ଼ିବ ଓ ଲୋକସଭା ନିର୍ବାଚନରେ ରାଜ୍ୟରୁ ଅଧିକ ସିଟରେ ବିଜୟୀ ହେବ। ”ମମତାଙ୍କ ପ୍ରତି ବିଜେପି ଯେଭଳି ରୁକ୍ଷ ହେଉଛି ସେପରି ଆଚରଣ ନବୀନଙ୍କ ପ୍ରତି କାହିଁକି ବିଜେପି ଦେଖାଉନି ଓ ଭବିଷ୍ୟତରେ ଦୁଇଦଳ ମଧ୍ୟରେ ମେଣ୍ଟ ହେବ କି ବୋଲି ପ୍ରଶ୍ନକୁ ଶ୍ରୀ ଶାହ ଚତୁରତା ସହ ଏଡ଼ାଇ ଯାଇଛନ୍ତି।
ତେବେ ଶ୍ରୀ ଶାହଙ୍କ ଆଜିର ବୟାନ ଆଗାମୀ ଦିନରେ ଓଡ଼ିଶା ପ୍ରସଙ୍ଗରେ ବିଜେପି ଓ ବିଜେଡି ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଗୋପନ ବୁଝାମଣାକୁ ଇଙ୍ଗିତ କରାଉଛି। କାରଣ ନିର୍ବାଚନୀ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଗସ୍ତରେ ଆସି ମଧ୍ୟ ନବୀନଙ୍କ ପ୍ରସଙ୍ଗରେ ମୁହଁ ଖୋଲୁନଥିବାରୁ ଦୁଇ ଦଳ ମଧ୍ୟରେ ସମ୍ଭାବ୍ୟ ବୁଝାମଣାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏବେ ଶ୍ରୀ ଶାହଙ୍କ ଏଭଳି ଇସାରା ଏହି ଚର୍ଚ୍ଚାକୁ ଅଧିକ ଜୀବନ୍ତ କରାଇଛି।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡି ନିଜର ରାଜନୀତିକୁ ଓଡ଼ିଶାକେନ୍ଦ୍ରିତ(ବିଧାନସଭା) କରିବାକୁ ଚାହୁଁଥିବାବେଳେ ବିଜେପି କେନ୍ଦ୍ରରେ(ଲୋକସଭା) କିଭଳି କ୍ଷମତାକୁ ଆସିବ ସେଥିପାଇଁ ରଣନୀତି ପ୍ରସ୍ତୁତ କରୁଛି। ତେଣୁ ଉଭୟ ଦଳ ଆଗାମୀ ନିର୍ବାଚନରେ ପରସ୍ପର ବିରୁଦ୍ଧରେ ଲଢ଼େଇ କଲେ ମଧ୍ୟ ତାହା ସେମାନଙ୍କର ନିର୍ଦ୍ଧାରିତ ଲକ୍ଷ୍ୟ ଆଧାରିତ ହେବ।



from Odisha Reporter https://ift.tt/2ICx6pa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages