୧୯୮୪ ଶୀଖ୍ ଦଙ୍ଗା ମାମଲାର ଶୁଣାଣିରୁ ଓହରିଲେ ଜଷ୍ଟିସ୍‌ ଖାନ୍ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

୧୯୮୪ ଶୀଖ୍ ଦଙ୍ଗା ମାମଲାର ଶୁଣାଣିରୁ ଓହରିଲେ ଜଷ୍ଟିସ୍‌ ଖାନ୍ନା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶୀଖ୍‌ ବିରୋଧୀ ଦଙ୍ଗା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କ ଆବେଦନର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଓହରି ଯାଇଛନ୍ତି।

ସଜ୍ଜନ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହା ବିରୋଧରେ ଆଜି ସୁପ୍ରିମକୋର୍ଟରେ ଆଗତ ଆବେଦନର ଶୁଣାଣି ହେବାର ଥିଲା। ଯେଉଁ ଖଣ୍ଡପୀଠ ଏହାର ଶୁଣାଣି କରିଥାଆନ୍ତେ, ସେଥିରେ ଜଷ୍ଟିସ୍‌ ଖାନ୍ନା ମଧ୍ୟ ରହିଥିଲେ। ତେବେ ସେ ଶୁଣାଣି ପୂର୍ବରୁ ନିଜ ଆଡ଼ୁ ଏହି ମାମଲାରୁ ଓହରି ଯାଇଛନ୍ତି।

୨୦୧୫ରେ ଜଷ୍ଟିସ୍‌ ଖାନ୍ନା ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ବେଳେ ସଜ୍ଜନ କୁମାରଙ୍କ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଥିଲେ। ଏବେ ସେ ପୁଣି ଏହା ଉପରେ ଶୁଣାଣି କରିବା ଠିକ୍‌ ନୁହେଁ ବୋଲି ଚିନ୍ତା କରି ଏଥିରୁ ଓହରି ଯାଇଛନ୍ତି।

ସଜ୍ଜନ କୁମାରଙ୍କ ଆବେଦନର ଶୁଣାଣି ସୁପ୍ରିମକୋର୍ଟର ନୂଆ ଖଣ୍ଡପୀଠରେ ହେବ। ଏନେଇ ଖୁବ୍‌ଶୀଘ୍ର ଖଣ୍ଡପୀଠ ଗଠନ ହେବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2TgQKv0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages