ପୁଲିସ ମାଡ଼ରେ ୫ ଯୁବମୋର୍ଚ୍ଚା ନେତା ଆହତ, ହସ୍ପିଟାଲରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ପୁଲିସ ମାଡ଼ରେ ୫ ଯୁବମୋର୍ଚ୍ଚା ନେତା ଆହତ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଯୁକ୍ତି ଦାବିରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ନେତୃତ୍ୱରେ ହଜାର ହଜାର ଯୁବକଯୁବତୀ ଆଜି ବିଧାନସଭା ଘେରାଉ ପାଇଁ ଯିବା ସମୟରେ ପୁଲିସ କେବଳ ଯେ ସେମାନଙ୍କର ପଥରୋଧ କରିଥିଲା ତା ନୁହେଁ, ସେମାନଙ୍କ ଉପରେ ଲାଠିମାଡ଼ ବର୍ଷା ମଧ୍ୟ କରିଥିଲା। ପୁଲିସର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ୫ଜଣ ଯୁବନେତା ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
 
ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ରାଜ୍ୟର ହଜାର ହଜାର ଯୁବକ ବିଧାନସଭା ଘେରାଉ କରିବାକୁ ଯାଉଥିବାବେଳେ ପୁଲିସ ଲଗାଇ ସେମାନଙ୍କୁ ମାଡ଼ ମରାଯାଇଛି। ପୁଲିସ ମାଡ଼ରେ ବିଜେପି ଯୁବମୋର୍ଚ୍ଚା ଜାତୀୟ ଉପସଭାପତି ଠାକୁର ରଣଜିତ୍ ଦାସ, ଯୁବନେତା ଅସିତ ମହାନ୍ତି, ଅରୂପା ଦିବାକ, ବିପ୍ଲବ ସଂଖ୍ୟାଲ, ସନ୍ତୋଷ କୁମାର ବୁଟିଆ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ସରକାର ନିଯୁକ୍ତିର ହତ୍ୟା କରିଛନ୍ତି। ଏ ସରକାର ଏବେ ବୁଢ଼ା ବାଘର କଙ୍କଣ ଉପାଖ୍ୟାନ ଭଳି କାଳିଆ ଆଉ ବିଜୁ ଯୁବ ବାହିନୀ ପରି ଯୋଜନା କରି ଓଡ଼ିଆ ଯୁବକମାନଙ୍କ ସହ ପ୍ରତାରଣା କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଆଜି ବେରୋଜଗାର ସମସ୍ୟାରେ ଜର୍ଜରିତ ଯୁବବର୍ଗ ରାଜ୍ୟ ସରକାରଙ୍କୁ ନିଯୁ୍କ୍ତି ମାଗିବା ପାଇଁ ଯିବା ସମୟରେ ସରକାରୀ ଗୁଣ୍ଡା ସାଜି ପୁଲିସ ଆକ୍ରମଣ କରୁଛି। ପୁଲିସର ବର୍ବରତା ବ୍ରିଟିଶ ଶାସନର ଗୁଣ୍ଡାରାଜଠୁ ବଳିଗଲାଣି ବୋଲି ବିଜେପି ଯୁବମୋର୍ଚ୍ଚା କହିଛି।
 
୨୦୦୯ରେ ହୋଇଥିବା ରାଜ୍ୟ ଇ‘ଷ୍ଟ୍ରିଆଲ ପଲିସିର ନିୟମ ଅନୁସାରେ ୯୦%  ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକ ଭାବେ ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ। ସେହିପରି କୁଶଳୀ କ୍ଷେତ୍ରରେ ୬୦%, ସୁପରଭାଇଜର କ୍ଷେତ୍ରରେ ୩୦% ସ୍ଥାନ ସ୍ଥାନୀୟ ଓଡ଼ିଆ ଯୁବକଙ୍କ ପାଇଁ ସଂରକ୍ଷିତ ରହିବ। ହେଲେ ଏ ସରକାରୀ ଦଳର ଲୋକମାନେ ପିସି କାରବାର କରି ଅଣଓଡ଼ିଆ ପିଲାଙ୍କୁ ନିଯୁକ୍ତି ଦେଉଛନ୍ତି। ଆମର ଲୁହା ପଥର, ଆମର କୋଇଲା, ଆମର ପାଣି ଯାଉଛି ହେଲେ ନିଯୁକ୍ତି ପାଉଛନ୍ତି ଅଣଓଡ଼ିଆ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ସରକାରୀ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ଦେବାକୁ ସରକାର କୁଣ୍ଠାବୋଧ କରୁଚନ୍ତି। ରାଜ୍ୟରେ ୭୦ଭାଗ ସରକାରୀ ପଦବୀ ଖାଲି ପଡ଼ିଛି। ରାଜ୍ୟରେ ଏବେ ଅଧ୍ୟାପକ ଓ ଶିକ୍ଷକ ପଦବୀ ଖାଲିଥିବାବେଳେ ଡିଗ୍ରୀଧାରୀ ଯୁବକଯୁବତୀମାନେ ବେକାର ହୋଇ ବସିରହିଛନ୍ତି। 
 
୨୦୦୦ରୁ ୨୦୧୬ ମଧ୍ୟରେ ରାଜ୍ୟରେ ମାତ୍ର ୨୧ଟି ମଧ୍ୟମ ଶିଳ୍ପ ସ୍ଥାପିତ ହୋଇଛି। ସେଥିରୁ ବର୍ତ୍ତମାନ ୩ଗୋଟି ଅଚଳ ଅବସ୍ଥାରେ ଅଛି। ସ୍ୱର୍ଗତ ବିଜୁ ବାବୁଙ୍କ ଦ୍ୱାରା ରାଜ୍ୟରେ ପ୍ରତିଷ୍ଠିତ ୧୪୭ ପଞ୍ଚାୟତ ସମିତି ଶିଳ୍ପ ମଧ୍ୟରୁ ୧୩୨ ଟି ପୂରା ବନ୍ଦହୋଇ ପଡ଼ିଛି। ଏହା ଉପରେ ନିର୍ଭରଶୀଳ ଶହ ଶହ ପରିବାର ମଧ୍ୟରୁ କେତେକ ଗୁଜୁରାଣ ମେଣ୍ଟାଇବା ପାଇଁ ମଜୁରି ଲାଗୁଛନ୍ତି ତ ଆଉ କେତେକ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି। ଯେଉଁ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସମ୍ପୂର୍ଣ୍ଣ ରୂପେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଛି ସେ ରାଜ୍ୟର ଯୁବ ଶକ୍ତିକୁ କର୍ମ ସଂସ୍ଥାନ କିପରି ମିଳିବ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି। 
 
ରାଜଧାନୀ ଉପକଣ୍ଠ ଡେରାସରେ ସାମୁଦ୍ରିକ ଖାଦ୍ୟ ପାର୍କ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସମନ୍ୱିତ ବୟନ ଶିଳ୍ପ ପ୍ରକଳ୍ପ, ଭଦ୍ରକରେ ‘ଫୁଡ ପାର୍କ’, ରାୟଗଡ଼ା ଓ ଅନୁଗୁଳରେ ଆଲୁମିନିୟମ ପାର୍କ ପ୍ରକଳ୍ପର ସ୍ଥିତି କଣ ? ଓଡିଶା କନକ୍ଲେଭ ପରେ କେତେ ଟଙ୍କାର ପୁଞ୍ଜି ନିବେଶ ହେଲାଣି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି।
 
ଆଜିର ଏହି ବିଧାନସଭା ଘେରାଉ ଓ “ଜବାବ୍ ମାଗୁଛି ଯୁବକ” କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ପ୍ରତିନିଧି ଭାବେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୈାରଭ ଚୈାଧୁରୀ ଯୋଗ ଦେଇଥିଲେ। ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, ଯୁବମୋର୍ଚ୍ଚା ପୂର୍ବତନ ରାଜ୍ୟ ସଭାପତି ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ଉପ ସଭାପତି ସିକନ୍ଦର ଅଲ୍ଲୀ, ଅଂଶୁମାନ ସବୁଜ ମହନ୍ତ, ସମରଜିତ୍ ପାତ୍ର, ସତ୍ୟବାଦୀ ଚଇନି, ରାଜ୍ୟ ସାଧାରଣ ସଂପାଦକ ଏନ.ରାଜେନ୍ଦ୍ର କୁମାର, ବିଶ୍ୱରଂଜନ ବଡଜେନା, ରାଜ୍ୟ ସଂପାଦକ ଦୀପକ ଗୋଚ୍ଚାୟତ, ଓମ୍ ପ୍ରକାଶ ମିଶ୍ର, ଅର୍ପିତା ବଡ଼ଜେନା, ରାଜ୍ୟ ସଂଯୋଜକ ହିତେଶ ସାହୁ, ବିଶ୍ୱଜିତ୍ ଷଡ଼ଙ୍ଗୀ, କାମାକ୍ଷା ପ୍ରଧାନ ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର କାର୍ଯ୍ୟକର୍ତ୍ତା ସାମିଲ ହୋଇ ବିଧାନସଭା ଘେରାଉ କରିଥିଲେ।


from Odisha Reporter http://bit.ly/2WOlxOL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages