ଅଭାଗିନୀ ପାର୍ବତୀଙ୍କ ଦୁଃଖଭରା ଜୀବନ କାହାଣୀ: ସ୍ୱାମୀ ହଜିଗଲେ, ଏବେ ପୁଅର କିଡ୍‌ନୀ ଖରାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଅଭାଗିନୀ ପାର୍ବତୀଙ୍କ ଦୁଃଖଭରା ଜୀବନ କାହାଣୀ: ସ୍ୱାମୀ ହଜିଗଲେ, ଏବେ ପୁଅର କିଡ୍‌ନୀ ଖରାପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇବନ୍ଧୁଙ୍କୁ ସାଥୀରେ ଧରି ଆସେ। ଏବେ ଏମିତି ଅବସ୍ଥାରେ ପଡ଼ିଛନ୍ତି କଟକ ନୂଆବଜାରର ବାସିନ୍ଦା ପାର୍ବତୀ। ଭାଗ୍ୟଦେବୀ ଯେମିତି ଗରିବ ପାର୍ବତୀଙ୍କ ଉପରେ ମୁହଁ ହଟାଇ ନେଇଛନ୍ତି। ତାଙ୍କ ଉପରେ ଏବେ ହୋଇଛି ବେଡ଼ି ଉପରେ କୋରଡ଼ା ମାଡ଼।

ପାର୍ବତୀଙ୍କ କାହାଣୀ ଶୁଣିଲେ ଆପଣଙ୍କ ଦେହ ଥରି ଉଠିବ। ଦିନେ ତାଙ୍କର ଥିଲା ଏକ ସୁନ୍ଦର ସଂସାର। ସ୍ୱାମୀ ଓ ପୁଅକୁ ନେଇ ଖୁସିରେ ଥିଲେ ସିଏ। ହେଲେ ହଠାତ୍ ତାଙ୍କ ଭାଗ୍ୟ ଆକାଶରେ ମାଡ଼ି ଆସିଲା କଳା ବାଦଲ। କିଛିଦିନ ତଳେ ହଠାତ୍ ନିଖୋଜ୍‌ ହୋଇଗଲେ ତାଙ୍କ ସ୍ୱାମୀ। ଆଉ ଏହା ମାସ କେତେଟା ପରେ ତାଙ୍କ ଏକମାତ୍ର ପୁଅ ନିରଞ୍ଜନର ଜୀବନରେ ଘୋଟି ଆସିଲା ଦୁର୍ଭାଗ୍ୟର କଳାବାଦଲ।

ପାଠପଢ଼ା ବୟସରେ ପରିବାର ବୋଝ ସମ୍ଭାଳୁଥିବା ନିରଞ୍ଜନ ଏବେ କିଡନୀ ରୋଗରେ ପୀଡ଼ିତ। ପ୍ରଥମେ ବାପାଙ୍କୁ ହରାଇ ଦିଗହରା ହୋଇଥିବା ନିରଞ୍ଜନଙ୍କ ଦୁଃଖ ଏବେ ଦୁଇଗୁଣା ହୋଇଯାଇଛି। ନିରଞ୍ଜନଙ୍କ ଦୁଇଟା ଯାକ କିଡ୍‌ନୀ ଖରାପ ହୋଇ ଯାଇଛି। ପୁଅର ଚିକିତ୍ସାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ମାଆ ପାର୍ବତୀ।

ପ୍ରଥମେ ବାପା ହଜିଯିବା ପରେ ବେସାହାରା ପାଲଟି ଯାଆନ୍ତି ନିରଞ୍ଜନ। ଶ୍ରମିକ ଭାବେ କାମ କରି ନିରଞ୍ଜନକୁ ପାଠ ପଢ଼େଇବାକୁ ନିଷ୍ପତ୍ତି ନିଅନ୍ତି ମାଆ ପାର୍ବତୀ। ନିରାଶ୍ରୟୀ ମା’ର ଏକମାତ୍ର ସାହାରା ଥିଲା ପୁଅ ନିରଞ୍ଜନ। ଯାହାକୁ ପାଳିପୋଷି ମଣିଷ କରିବା ପରେ ଦୁଃଖର ଦିନ ସରିଯିବ ବୋଲି ଭାବିଥିଲେ ପାର୍ବତୀ।
କିନ୍ତୁ ବିଧାତାର ଖେଳ କିଛି ଅଲଗା ଥିଲା। ପୁଅକୁ ପାଠ ପଢ଼ାଇ ମଣିଷ କରିବା ସମୟରେ ପାର୍ବତୀଙ୍କ ପ୍ରତି ଅତି ନିଷ୍ଠୁର ହୋଇ ଯାଏ ଦଇବ। ଆଉ ହଠାତ୍ ଦିନେ ଏକ ଦୁଃଖଦ ଖବର ଶୁଣିବାକୁ ମିଳେ। ଯାହାକୁ ଶୁଣିବା ପରେ ପାର୍ବତୀଙ୍କ ପାଦତଳୁ ମାଟି ଖସି ପଡ଼େ। ପୁଅ ନିରଞ୍ଜନଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହୁଏ। ପରୀକ୍ଷା କରିବା ପରେ ଜଣାପଡ଼େ ଯେ, ତାଙ୍କର ଦୁଇଟା ଯାକ କିଡ୍ନୀ ଖରାପ।

ବାପାଙ୍କ ନାମ ନୀଳମଣି ପାତ୍ର। ଯିଏ ନିରଞ୍ଜନ ଛୋଟ ଥିବା ଅବସ୍ଥାରେ କେଉଁଆଡ଼େ ଚାଲି ଯାଇଛନ୍ତି। ମାଆ ପାର୍ବତୀ ଦିନ ମଜୁରିଆ କାମ କରନ୍ତି। ସେଇଥିରୁ ଯାହା ରୋଜଗାର କରନ୍ତି, ସେଥିରେ ସେ ନିରଞ୍ଜନକୁ ମଣିଷ କରିବା ପାଇଁ ଆଶା ରଖିଥିଲେ। କିନ୍ତୁ ପୁଅର ଏମିତି ଅବସ୍ଥା ଦେଖି ପାର୍ବତୀଙ୍କ ଉପରେ ଆକାଶ ଛିଡ଼ି ପଡିଲା ଭଳି ସ୍ଥିତି ଉପୁଜିଛି।

ନିରଞ୍ଜନ ବର୍ତ୍ତମାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗରେ ସ୍ନାତକୋତ୍ତରେ ପ୍ରଥମବର୍ଷର ଛାତ୍ର। ସେ ଖୁବ୍ ମେଧାବୀ। ଦଶମ ଶ୍ରେଣୀରେ ସେ ୭୨ ପ୍ରତିଶତ ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ଯୁକ୍ତଦୁଇ ଓ ଯୁକ୍ତତିନିରେ ୬୦ ପ୍ରତିଶତ ନମ୍ୱର ରଖିଥିଲେ।

ପାଠ ପଢ଼ିବା ପାଇଁ ଉଚ୍ଚ ଆଶା ରଖି ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ। କିନ୍ତୁ କିଡ୍ନୀ ଦୁଇଟି ଖରାପ ହୋଇଯିବା ପରେ ସେ ଆର୍ଥିକ ଅନଟନର ଶିକାର ହୋଇଛନ୍ତି। କିଡ୍ନୀ ଟ୍ରାନ୍ସପ୍ଲାଣ୍ଟ୍ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ହେଲେ ଏଥିପାଇଁ ଦରକାର ବହୁତ ଟଙ୍କା।

ମାଆ ଯେତିକି ରୋଜଗାର କରୁଛନ୍ତି, ସେଥିରେ ନିରଞ୍ଜନଙ୍କର ଚିକିତ୍ସା ସମ୍ଭବ ନୁହେଁ। ଏଥିପାଇଁ ସେ ସରକାରଙ୍କ ସହାୟତା ଚାହୁଁଛନ୍ତି। ଗୋଟିଏ ପଟେ ଦାରିଦ୍ର୍ୟ, ଅନ୍ୟପଟେ ପୁଅର ଜୀବନ। ଏହାରି ଭିତରେ ଏକା ସଂଘର୍ଷ କରୁଛନ୍ତି ପାର୍ବତୀ। କୌଣସି ସହୃଦୟ ବ୍ୟକ୍ତି ନିରଞ୍ଜନଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା କରୁଥିଲେ, ଫୋନ୍ ନମ୍ବର ୭୩୮୧୫୪୦୭୪୯ ଓ ୪୩୩୭୮୭୦୯୯୮ରେ ଯୋଗାଯୋଗ କରିବାକୁ ପାର୍ବତୀଙ୍କ ସଂପର୍କୀୟମାନେ ଅନୁରୋଧ କରିଛନ୍ତି।



from Odisha Reporter http://bit.ly/2RLKF53

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages