ବାଂଲାଦେଶ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର କ୍ଲିନ୍‌ ସୁଇପ୍‌, ସାଉଦିଙ୍କୁ ୬ ୱିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ବାଂଲାଦେଶ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର କ୍ଲିନ୍‌ ସୁଇପ୍‌, ସାଉଦିଙ୍କୁ ୬ ୱିକେଟ୍‌

ନ୍ୟାପିଅର: ଘରୋଇ ମାଟିରେ ଭାରତଠାରୁ ଦିନିକିଆ ସିରିଜ୍‌ରେ ପରାସ୍ତ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଏବେ ବାଂଲାଦେଶ ଠାରୁ ଏହାର ପ୍ରତିଶୋଧ ନେଇଛି। ଭାରତ ଠାରୁ ୪-୧ରେ ଦିନିକିଆ ସିରିଜ୍‌ ହାରିଥିବା କିୱି ଟିମ୍‌ ବାଂଲାଦେଶକୁ ଘରୋଇ ପରିବେଶରେ ୩-୦ରେ ପରାସ୍ତ କରି ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିଛି। ପୂର୍ବରୁ ଦୁଇଟି ଦିନିକିଆ ଜିତି ଆଗୁଆ ସିରିଜ୍‌ କବଜା କରିଥିବା ନ୍ୟୁଜିଲ୍ୟାଣ୍ଡ ଆଜି ତୃତୀୟ ଦିନିକିଆକୁ  ମଧ୍ୟ ୮୮ ରନ୍‌ରେ ବାଜିମାତ କରିଛି।

ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍‌ ହରାଇ ୩୩୦ ରନ୍‌ କରିଥିଲା। ଏହାର ଜବାବରେ ଭ୍ରମଣକାରୀ ବାଂଲାଦେଶ ମାତ୍ର ୨୪୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଦ୍ରୁତ ବୋଲର ଟିମ୍‌ ସାଉଦି ୬୫ ରନ୍‌ ଦେଇ ସର୍ବାଧିକ ୬ଟି ୱିକେଟ୍‌ ଦଖଲ କରିଛନ୍ତି। ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଛି।

ନ୍ୟୁଜିଲ୍ୟାଣ୍ଡ ଦେଇଥିବା ୩୩୧ ରନ୍‌ ଟାର୍ଗେଟର ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏକଦା ଦଳ ୨ ରନ୍‌ରେ ୩ଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ତେବେ କିଛି ସମୟ ପାଇଁ ମୁସଫିକର ରହିମ ଓ ମାମଦୁଲା ସ୍ଥିତି ସମ୍ଭାଳିଥିଲେ। କିନ୍ତୁ ଉଭୟ ବଡ଼ ସ୍କୋର କରିବା ପୂର୍ବରୁ ଯଥାକ୍ରମେ ୧୭ ଓ ୧୬ ରନ୍‌ କରି ପ୍ୟାଭିଲିୟନ୍‌ ଫେରି ଯାଇଥିଲେ। ଦଳ ୬୨ ରନ୍‌ରେ ୫ଟି ୱିକେଟ୍‌ ହରାଇଥିଲା।

୬ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ସବିର ରେହମାନ ଓ ୭ ନଂ ବ୍ୟାଟସ୍‌ମ୍ୟାନ୍‌ ମହମ୍ମଦ ସୈଫୁଦ୍ଦିନ ବାଂଲାଦେଶ ବ୍ୟାଟିଂ ଲାଇନ୍‌ ଅପ୍‌ର ମଙ୍ଗ ସମ୍ଭାଳିଥିଲେ। ଉଭୟ ୬ଷ୍ଠ ୱିକେଟ୍‌ ପାଇଁ ୧୦୧ ରନ୍‌ର ଭାଗୀଦାରି କରି ଦଳୀୟ ସ୍କୋରକୁ ୧୬୨ରେ ପହଞ୍ଚାଇଥିଲେ।

ଏହି ସମୟରେ ୪୪ ରନ୍‌ କରିଥିବା ସୈଫୁଦ୍ଦିନଙ୍କୁ ଟ୍ରେଣ୍ଟ ବୋଲ୍ଟ ଆଉଟ୍‌ କରି ଭାଗୀଦାରି ଭାଙ୍ଗି ଦେଇଥିଲେ। ଏହାପରେ ବାଂଲାଦେଶର କୌଣସି ବ୍ୟାଟସ୍‌ମ୍ୟାନ୍‌ କ୍ରିଜ୍‌ରେ ବେଶୀ ସମୟ ତିଷ୍ଟି ପାରି ନଥିଲେ। କିନ୍ତୁ ସବିର ରେହମାନ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଇତି ମଧ୍ୟରେ ସେ ତାଙ୍କର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ପ୍ରତମ ଶତକ ସତ୍ତ୍ୱେ ମଧ୍ୟ ସବିରଙ୍କ ଇନିଂସ୍‌ ବାଂଲାଦେଶକୁ ବିଜୟ କରାଇବାରେ ଯଥେଷ୍ଟ ନଥିଲା। ସେ ଶେଷ ବ୍ୟାଟସ୍‌ମ୍ୟାନ୍‌ ଭାବେ ଆଉଟ୍‌ ହୋଇଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସାଉଦି ୬ଟି ୱିକେଟ୍‌ ନେଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ୨ଟି ଓ କୋଲିନ ଡି ଗ୍ରାଣ୍ଡହୋମ ଗୋଟିଏ ୱିକେଟ ପାଇଛନ୍ତି।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଆଜି ନିୟମିତ ଅଧିନାୟକ କେନ୍‌ ୱିଲିମସନ୍‌ ଖେଳୁ ନଥିଲେ। ତାଙ୍କ ଅନୁପସ୍ଥିତିରେ ଟମ୍‌ ଲାଥାମ ଦଳର ନେତୃତ୍ୱ ନେଇଥିଲେ। ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ହେଲେ ଏହି ନିଷ୍ପତ୍ତିକୁ ନ୍ୟୁଜିଲ୍ୟାଣ୍ଡ ବ୍ୟାଟସ୍‌ମ୍ୟାନ୍‌ ଭୁଲ ପ୍ରମାଣିତ କରିଥିଲେ। ଦଳ ପକ୍ଷରୁ ଅଭିଜ୍ଞ ରସ୍ ଟେଲର ସର୍ବାଧିକ ୬୯ ରନ୍‌ କରିଥିବା ବେଳେ ହେନେରୀ ନିକୋଲାସ ୬୪ ଓ ଅଧିନାୟକ ଲାଥାମ ୫୯ ରନର ଇନିଂସ୍ ଖେଳିଥିଲେ।

ଶେଷ ଭାଗରେ ଗ୍ରାଣ୍ଡହୋମ ୧୫ଟି ବଲରେ ୩୭ ରନ୍‌ କରି ଦଳୀୟ ସ୍କୋରକୁ ୩୦୦ ପାର କରାଇଥିଲେ।



from Odisha Reporter https://ift.tt/2NgCahP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages